ସ୍କୁଲରେ ବିସ୍ଫୋରଣ ମାମଲାରେ ଦୁଇ ଜଣ ବନ୍ଧାହେଲେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସ୍ଥାନୀୟ ଭେଙ୍କଟାରାଇପଲ୍ଲୀ ପାହାଡ଼ରୁ ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୫୦ଟି ଜେଲୋଟିନ୍ ପ୍ୟାକେଟ୍ ଓ ୩୫୦ କେଜି ଡିଟୋନେଟର୍ ଜବତ କରିଛି। ଗତ ୨୦ ତାରିଖରେ ଆସିକା ଅଞ୍ଚଳର ଏକ ସରକାରୀ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ଫଳରେ ଦୁଇ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆହତ ୨ ଛାତ୍ର ଏମ୍‌କେସିଜିରେ ଭର୍ତ୍ତି […]

blast-750x412

Manoranjan Sial
  • Published: Monday, 22 July 2019
  • , Updated: 22 July 2019, 05:49 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଆସିକା ମାଗୁରା ସରକାରୀ ସ୍କୁଲରେ ବିସ୍ଫୋରଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ସ୍ଥାନୀୟ ଭେଙ୍କଟାରାଇପଲ୍ଲୀ ପାହାଡ଼ରୁ ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୫୦ଟି ଜେଲୋଟିନ୍ ପ୍ୟାକେଟ୍ ଓ ୩୫୦ କେଜି ଡିଟୋନେଟର୍ ଜବତ କରିଛି।

ଗତ ୨୦ ତାରିଖରେ ଆସିକା ଅଞ୍ଚଳର ଏକ ସରକାରୀ ସ୍କୁଲରେ ବିସ୍ଫୋରଣ ଘଟିଥିଲା। ଫଳରେ ଦୁଇ ଛାତ୍ର ଗୁରୁତର ଆହତ ହୋଇଥିଲେ। ଆହତ ୨ ଛାତ୍ର ଏମ୍‌କେସିଜିରେ ଭର୍ତ୍ତି ହୋଇଥିଲେ। ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ଘଟଣାସ୍ଥଳରୁ ପଥର ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ଡିଟୋନେଟରର ନମୂନା ମିଳିଥିଲା।

Related story