Advertisment

ମାନବାଧିକାର କମିଶନଙ୍କ ଛାଟ: ଟ୍ରକ୍‌ ଆଗରେ ଯୁବକଙ୍କୁ ବାନ୍ଧିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ପାରାଦୀପ(ରମାକାନ୍ତ):  ମୋବାଇଲ ଚୋରି ଅଭିଯୋଗରେ ଟ୍ରକ୍‌ ଆଗରେ ଜଣେ ଯୁବକକୁ ବାନ୍ଧି ଗାଡ଼ିକୁ ଦ୍ରୁତ ଗତିରେ ନେବା ଘଟଣା ମହଙ୍ଗା ପଡ଼ିଲା। ଏପରି ଅମାନବୀୟ କାଣ୍ଡର ଭିଡିଓ ଭାଇରାଲ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଜଣଙ୍କୁ ବାନ୍ଧିଛି ପୁଲିସ୍‌ । ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କ ଖୋଜୁଛି । ଗିରଫ ଯୁବକ ଜଣକ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ପ୍ରଭାକର ନାୟକ। ତାଙ୍କୁ ପାରାଦୀପ ଲକ୍ ଥାନା ପୁଲିସ  ଗିରଫ କରିଛି। ସୂଚନା ଅନୁଯାୟୀ, […]

ଅଦ୍ୟତନ ହୋଇଛି
ମାନବାଧିକାର କମିଶନଙ୍କ ଛାଟ: ଟ୍ରକ୍‌ ଆଗରେ ଯୁବକଙ୍କୁ ବାନ୍ଧିବା ଘଟଣାରେ ଜଣଙ୍କୁ ବାନ୍ଧିଲା ପୁଲିସ୍‌

paradiip

Advertisment

ପାରାଦୀପ(ରମାକାନ୍ତ):  ମୋବାଇଲ ଚୋରି ଅଭିଯୋଗରେ ଟ୍ରକ୍‌ ଆଗରେ ଜଣେ ଯୁବକକୁ ବାନ୍ଧି ଗାଡ଼ିକୁ ଦ୍ରୁତ ଗତିରେ ନେବା ଘଟଣା ମହଙ୍ଗା ପଡ଼ିଲା। ଏପରି ଅମାନବୀୟ କାଣ୍ଡର ଭିଡିଓ ଭାଇରାଲ ହୋଇଥିବା ବେଳେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ଜଣଙ୍କୁ ବାନ୍ଧିଛି ପୁଲିସ୍‌ । ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କ ଖୋଜୁଛି । ଗିରଫ ଯୁବକ ଜଣକ ଯାଜପୁରଜିଲ୍ଲା ଧର୍ମଶାଳା ଅଞ୍ଚଳର ପ୍ରଭାକର ନାୟକ। ତାଙ୍କୁ ପାରାଦୀପ ଲକ୍ ଥାନା ପୁଲିସ  ଗିରଫ କରିଛି।

Advertisment

ସୂଚନା ଅନୁଯାୟୀ, ଗତ ୧୯ ତାରିଖରେ ପାରାଦୀପ-ଚଣ୍ଡିଖୋଲ ୫ ନମ୍ବର ଜାତୀୟ ରାଜପଥର ଭୁତୁମୁଣ୍ଡାଇ ନିକଟରେ ବହୁ ସଂଖ୍ୟାରେ ଆଇରନ୍‌ ଟ୍ରକ୍‌ ଲାଇନ୍‌ ହୋଇ ଛିଡ଼ା ହୋଇଥିଲା । ଏହି ସମୟରେ ଏକ ଟ୍ରକ୍‌ରେ କେହି ନ ଥିବା ବେଳେ ମୋବାଇଲ ଥିବା ଦେଖି କେନ୍ଦ୍ରାପଡା ଜିଲ୍ଲା ଟିକରପଙ୍ଗା ଗ୍ରାମର ଗଜେନ୍ଦ୍ର ସ୍ଵାଇଁ ତାହାକୁ ନେଇ ଯାଉଥିଲେ। ସେଠାରେ ଉପସ୍ଥିତ ଲୋକେ ଏହାଦେଖି ତାଙ୍କୁ ଅଟକାଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଟ୍ରକ ଆଗରେ ବାନ୍ଧି ବେକରେ ଜୋତା ମାଳ ପକାଇ ଦଣ୍ଡିତ  କରିଥିଲେ । ଏପରିକି ଗଜେନ୍ଦ୍ର ବନ୍ଧା ଥିବା ବେଳେ ଟ୍ରକ୍‌ଟି ଚାଲୁଥିଲା ଓ ଏହାର ଭିଡିଓ କରି ସ୍ଥାନୀୟ ଲୋକେ ଭାଇରାଲ କରିଥିଲେ।

ଏହି ଘଟଣା ରାଜ୍ୟ ମାନବାଧିକାର କମିଶନଙ୍କ ନଜରକୁ ଆସିବା ପରେ ଜଗତସିଂହପୁର ଏସପିଙ୍କୁ  ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୀଡ଼ିତ ଗଜେନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତି କରି  ଗତ ୨୨ ତାରିଖରେ  ଏନେଇ ଲକ୍‌ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ୍‌। ପୁଲିସ୍‌ ଏହି ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ପ୍ରଭାକର ନାୟକଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି।

Advertisment
Assault Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe