/odisha-reporter/media/post_attachments/uploads/2022/10/baragada-1.jpg)
baragada
ବରଗଡ଼(ଦୀପକ ଶର୍ମା ): ନକଲି ନମ୍ବର ପ୍ଲେଟକୁ ନକଲି ପ୍ରମାଣ ପତ୍ର । ଜମି ପଟ୍ଟା, ଇଲେକ୍ଟ୍ରିବିଲ ,ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର, ଉତ୍ତଧିକାରୀ ପ୍ରମାଣପତ୍ର ବି ନକଲି। କେବଳ ସେତିକି ନୁହେଁ ନକଲି ପାନକାର୍ଡ, ଭୋଟର କାର୍ଡ, ଆଧାରକାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ବି ଅନାୟସରେ ମିଳିଯିବ । କମ୍ପୁଟର ତଥା ଲାପ୍ଟପ୍ ତଥା ପ୍ରିଣ୍ଟର ଧରି ଏପରି ନକଲି ଦସ୍ତାବିଜର ପସରା ମେଲାଇଥିବା ୨ ଅଭିଯୁକ୍ତଙ୍କୁ ବାନ୍ଧିଛି ବରଗଡ଼ ଜିଲ୍ଲା ଅତାବିରା ପୁଲିସ୍।
ଗିରଫ ୨ ଅଭିଯୁକ୍ତ ହେଲେ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଚାରବାଟିର ସୁକାନ୍ତ ଆଚାର୍ଯ୍ୟ ଓ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ କେଦାରଗଡ଼ର ସୁଶାନ୍ତ କୁମାର ପ୍ରଧାନ । ସେମାନଙ୍କଠାରୁ କମ୍ପ୍ୟୁଟର,ପ୍ରିଣ୍ଟର, ନକଲି ନମ୍ବର ପ୍ଲେଟ ଲାଗିଥିବା ଏକ ସିଡ଼ି ଡିଲକ୍ସ ବାଇକ୍ ସମେତ ନଗଦ ୮୪ ହଜାର ୪ଶହ ଟଙ୍କା ଜବତ କରିଛି ପୁଲିସ ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସୁଶାନ୍ତ କୁମାର ପ୍ରଧାନଙ୍କର ସମ୍ବଲପୁର ଧନୁପାଲିଠାରେ ଥିବା କ୍ରିଷ୍ଣା ସୁଇଟ୍ସ ନିକଟରେ ଏକ ରବରଷ୍ଟାମ୍ପ ଦୋକାନ କରିଛି । ସେଠାରେ ସେ ଲୋକଙ୍କ ପାଇଁ ନକଲି ଦସ୍ତାବିଜ ପ୍ରସ୍ତୁତ କରୁଥିଲା ଏବଂ ଏହି କାମରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ସୁକାନ୍ତ ଆଚାର୍ଯ୍ୟ ସହଯୋଗ କରୁଥିଲେ । ଅତାବିରା ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
