Advertisment

ମା’ ହେବା ପରେ ପ୍ରେମୀକାକୁ ହତ୍ୟା କଲା ପ୍ରେମିକ, ବଇରୀ ସାଜିଲା ଭାଇ

ନୂଆପଡ଼ା (ମାୟାଧର ସରାଫ): ମା’ ହେବା ପରେ ପ୍ରେମୀକାକୁ ହତ୍ୟା କରିଛି ପ୍ରେମିକ। ଏହି ହତ୍ୟାକାଣ୍ଡରେ ବିଶ୍ୱାସ ଘାତକ ହୋଇ ପ୍ରେମୀକର ସାଥ ଦେଇଛି ଯୁବତୀଙ୍କ ଭାଇ। ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମନ୍ଦିରପଡ଼ାର ଆଗ୍ରେନ ଗାଁରେ ଘଟିଛି ଏହି ନାରକୀୟ ଘଟଣା। ଜଣେ ଯୁବତୀଙ୍କ ନରକଙ୍କାଳ ସୁନାବେଡ଼ା ଅଭୟାରଣ୍ୟର ରୁପିଆମ ଜଳପ୍ରପାତ ବା ଓରିଏନ ଧଁସରୁ ମିଳିବା ମାମଲାର ତଦନ୍ତ କରୁଥିବା ପୁଲିସ ଏହି ସତ୍ୟ ଉଦ୍‌ଘାଟନ କରିଛି। ହତ୍ୟାର ଶିକାର ହୋଇଥିବା ଯୁବତୀ […]

ଅଦ୍ୟତନ ହୋଇଛି
ମା’ ହେବା ପରେ ପ୍ରେମୀକାକୁ ହତ୍ୟା କଲା ପ୍ରେମିକ, ବଇରୀ ସାଜିଲା ଭାଇ

lady-3

Advertisment

ନୂଆପଡ଼ା (ମାୟାଧର ସରାଫ): ମା’ ହେବା ପରେ ପ୍ରେମୀକାକୁ ହତ୍ୟା କରିଛି ପ୍ରେମିକ। ଏହି ହତ୍ୟାକାଣ୍ଡରେ ବିଶ୍ୱାସ ଘାତକ ହୋଇ ପ୍ରେମୀକର ସାଥ ଦେଇଛି ଯୁବତୀଙ୍କ ଭାଇ। ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମନ୍ଦିରପଡ଼ାର ଆଗ୍ରେନ ଗାଁରେ ଘଟିଛି ଏହି ନାରକୀୟ ଘଟଣା। ଜଣେ ଯୁବତୀଙ୍କ ନରକଙ୍କାଳ ସୁନାବେଡ଼ା ଅଭୟାରଣ୍ୟର ରୁପିଆମ ଜଳପ୍ରପାତ ବା ଓରିଏନ ଧଁସରୁ ମିଳିବା ମାମଲାର ତଦନ୍ତ କରୁଥିବା ପୁଲିସ ଏହି ସତ୍ୟ ଉଦ୍‌ଘାଟନ କରିଛି। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ କୋମନା ମନ୍ଦିରପଡ଼ା ଆଗ୍ରେନ ଗାଁର ସୁଶୀଳା ସଗରିଆ। ଏହି ହତ୍ୟା ମାମଲାରେ ଆଜି ପୁଲିସ ମୋଟ ୪ ଜଣଙ୍କୁ ଗିରଫ କରିଛି। ଯାହା ଭିତରେ ରହିଛନ୍ତି ଯୁବତୀଙ୍କ ବିଶ୍ୱାସ ଘାତକ ଭାଇ ଓ ପ୍ରେମୀକ।

Advertisment

ପୁଲିସ ସୂଚନା ମୁତାବକ, ଏହି ଯୁବତୀ ନିଜ ଭାଇ ନେତ୍ର ସଗରିଆଙ୍କ ସହ ଆଗ୍ରେନ ଗ୍ରାମରେ ରହୁଥିଲେ। କୋମନାର ଭବାନୀଶଙ୍କର ପାଣିଗ୍ରାହୀଙ୍କ ଘର ସମେତ ଅନ୍ୟ କେତେକଙ୍କ ଘରେ ଘରୋଇ କାମ କରି ଯୁବତୀ ପେଟ ପୋଷୁଥିଲେ। ଏହି ସମୟରେ ଭବାନୀଶଙ୍କରଙ୍କ ଭାଇ ବାପି ଓରଫ ଉମାଶଙ୍କରଙ୍କ ଲୋଲୁପ ଦୃଷ୍ଟି ଉକ୍ତ ଯୁବତୀଙ୍କ ଉପରେ ପଡ଼ିଥିଲା। ଦୁର୍ବଳତାର ସୁଯୋଗ ନେଇ ସେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଯୋଡ଼ିବା ସହ ଅନେକ ଦିନ ଧରି ଶାରୀରିକ ସଂପର୍କ ରଖିଥିଲେ। ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। କିଛିଦିନ ତଳେ ଯୁବତୀ କେସିଙ୍ଗା ମେଡିକାଲରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ।

ଏହି ଘଟଣା ପରେ ଉମାଶଙ୍କର ଯୁବତୀଙ୍କୁ ପତ୍ନୀର ମର୍ଯ୍ୟଦା ଦେଇ ଅପଣାଇବା ବଦଳରେ କ୍ରୋଧର ବସବର୍ତ୍ତି ହୋଇ ବାଟରୁ ହଟାଇବାକୁ ଯୋଜନା କରିଥିଲେ। ତେଣୁ ସେ ଯୁବତୀଙ୍କ ଭାଇକୁ ପ୍ରଲୋଭିତ କରିଥିଲେ। ତାଙ୍କ ଜରିଆରେ କୌଶଳ କ୍ରମେ ଯୁବତୀଙ୍କୁ ସୁନାବେଡ଼ା ଅଭୟାରଣ୍ୟ ଭିତରକୁ ନେଇଯାଇଥିଲେ। ସେଠାରେ ସୁନାବେଡ଼ାର ସୁକଳ ଦାସଙ୍କ ସହାୟତାରେ ଯୁବତୀଙ୍କୁ ହତ୍ୟା କରିଥିଲେ। ମୃତଦେହକୁ ରୁପିଆମ ଜଳପ୍ରପାତ ବା ଓରିଏନ ଧଁସ ଉପରୁ ତଳକୁ ଫୋପାଡ଼ି ଦେଇଥିଲେ। ସେଠାରୁ ଫେରିଆସି ଭଉଣୀ ନିଖୋଜ ହୋଇଯାଇଥିବା ତାଙ୍କ ଭାଇ ସମସ୍ତଙ୍କୁ କହିଥିଲେ।

Advertisment

ହେଲେ ଏହି ଜଳପ୍ରପାତର ଏକ ସ୍ଥାନରୁ ଯୁବତୀଙ୍କ ନରକଙ୍କାଳ ମିଳିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଏହି ଜଘନ୍ୟକାଣ୍ଡ ଭିଆଇଥିବା ଅଭିଯୁକ୍ତ ଦୁଇ ଭାଇ ଭବାନୀଶଙ୍କର ପାଣିଗ୍ରାହୀ, ଉମାଶଙ୍କର ପାଣିଗ୍ରାହୀ, ଯୁବତୀଙ୍କ ଭାଇ ନେତ୍ର ସଗରିଆ ଓ ସୁନାବେଡ଼ାର ସୁକଳ ଦାସଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ସେମାନଙ୍କ ନିକଟରୁ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ କାର, ଗୋଟିଏ ପିକ୍ ଅପ୍, ଗୋଟିଏ ବାଇକ୍, ୩ଟା ମୋବାଇଲ ଜବତ କରିଛି। ଏହି ବିଭତ୍ସ ହତ୍ୟାକାଣ୍ଡ ମାମଲା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe