Advertisment

ବହୁ ଧନୀ ଯୁବତୀଙ୍କୁ ଫସାଇ ବାହା ହୋଇଥିଲେ ରସିକିଆ ବିଲଡର, ବନ୍ଧା ହେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍‌ କବଜାରେ ରସିକିଆ ବିଲିଡର । ପ୍ରଥମେ ଧନୀ ଶ୍ରେଣୀର ଯୁବତୀଙ୍କୁ କରୁଥିଲା ଟାର୍ଗେଟ। ସେମାନଙ୍କୁ  ନିଜ ଜାଲରେ ଫସାଇ କରୁଥିଲା ବିବାହ । ଏପରିକି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା, ଦାମୀ ଗାଡ଼ି ଆଦି ଯୌତୁକ ଆଣୁଥିଲା। କିଛି ଦିନ ସେମାନଙ୍କ ସହ ହସଖୁସିରେ ରହିବା ପରେ ଆରମ୍ଭ କରି ଦେଉଥିଲା ଅତ୍ୟାଚାର। ଅତ୍ୟାଚାର ସହି ନ ପାରି ପତ୍ନୀ ପଳାଉଥିବା ବେଳେ ଏହାପରେ ପୁଣି ଶିକାର ଖୋଜୁଥିଲା ବିଲଡରଜଣକ। ଏନେଇ ୨ ଜଣ […]

ଅଦ୍ୟତନ ହୋଇଛି
ବହୁ ଧନୀ ଯୁବତୀଙ୍କୁ ଫସାଇ ବାହା ହୋଇଥିଲେ ରସିକିଆ ବିଲଡର, ବନ୍ଧା ହେଲେ

marriage

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍‌ କବଜାରେ ରସିକିଆ ବିଲିଡର । ପ୍ରଥମେ ଧନୀ ଶ୍ରେଣୀର ଯୁବତୀଙ୍କୁ କରୁଥିଲା ଟାର୍ଗେଟ। ସେମାନଙ୍କୁ  ନିଜ ଜାଲରେ ଫସାଇ କରୁଥିଲା ବିବାହ । ଏପରିକି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା, ଦାମୀ ଗାଡ଼ି ଆଦି ଯୌତୁକ ଆଣୁଥିଲା। କିଛି ଦିନ ସେମାନଙ୍କ ସହ ହସଖୁସିରେ ରହିବା ପରେ ଆରମ୍ଭ କରି ଦେଉଥିଲା ଅତ୍ୟାଚାର। ଅତ୍ୟାଚାର ସହି ନ ପାରି ପତ୍ନୀ ପଳାଉଥିବା ବେଳେ ଏହାପରେ ପୁଣି ଶିକାର ଖୋଜୁଥିଲା ବିଲଡରଜଣକ। ଏନେଇ ୨ ଜଣ ଥାନାରେ ଅଭିଯୋଗ କରିଥିବା ବେଳେ ତାଲିକା କିନ୍ତୁ ଆହୁରି ଲମ୍ବା ବୋଲି ଚର୍ଚ୍ଚା ହେଉଛି।

Advertisment

ଏପରି ସିରିଜ ମ୍ୟାରେଜ କରି ପୁଳା ପୁଳା ଟଙ୍କା ଉପାର୍ଜନ କରିବାକୁ ନିଜ ନିଶା ଓ ପେଶା କରିଥିବା ବିଲଡରଙ୍କୁ ଏବେ ପୁଲିସ୍‌ ବାନ୍ଧିଥିବା ଜଣାଯାଇଛି। ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ଥାନା ଓ ମହିଳା ଥାନାରେ ପୃଥକ ଭାବେ ୨ ଜଣ ଯୁବତୀ ଏତଲା ଦେବା ପରେ ପୁଲିସ ହାତରେ ଧାରପଡ଼ିଛି ରସିକିଆ ବିଲଡର  ପ୍ରିୟବ୍ରତ ମିଶ୍ର ।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ପ୍ରିୟବ୍ରତ ବିଭିନ୍ନ ଉପାୟରେ ଝିଅଙ୍କ ସହ ସଂପର୍କ ସ୍ଥାପନ କରି ବିବାହ କରୁଥିଲେ । ନିଜକୁ ବିଲଡର କହି ଲକ୍ଷାଧିକ ଟଙ୍କାର ଯୌତୁକ ନେଉଥିଲା । ପରେ ସେମାନଙ୍କୁ ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ି ଦେଉଥିଲେ।  ପ୍ରିୟବ୍ରତ ସହ ତାର ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି ।

Advertisment

ଜଣେ ଯୁବତୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିବାବେଳେ ଜମେ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଜୀବନ ସହ ଖେଳିଥିବାରୁ ପ୍ରିୟବ୍ରତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଏହାସହ ସେମାନଙ୍କର ସମସ୍ତ ଜିନିଷ ଓ ଟଙ୍କା ଫେରାଇଦେବାକୁ ଦାବି କରିଛନ୍ତି ।

ଏନେଇ ପ୍ରିୟବ୍ରତଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି, ୧୫ ଜୁଲାଇ ୨୦୧୮ରେ ଆମର ବିବାହ ହୋଇଥିଲା। ବିବାହ ସମୟରେ ମୁଁ ମର୍ସିଡିଜ କାର୍‌ ଓ ୨୧ ଲକ୍ଷ  ମୁଁ ନେଇଥିଲି।  ସୁନାଗହଣା ଆଦି ସବୁ ଜିନିଷର ବିଲ୍‌ ନିଜ ନାଁରେ ସେମାନେ କରାଇ ନେଇଥିଲେ। ବିବାହର ୭ ଦିନ ପରଠୁ ମୋ ଉପରେ ଅତ୍ୟାଚାର କଲେ। ୧୦ ଦିନ ଭିତରେ ଆଉ ଜଣେ ଝିଅ ସହ ସମ୍ପର୍କ ଥିବା ଜାଣିବାକୁ ପାଇଲି। ମୁଁ ଗର୍ଭବତୀ ହେବାରୁ ଛୁଆ ତାଙ୍କର ନୁହେଁ ବୋଲି କହି ନିର୍ଯାତନା ଦେଲେ।  ଏହାପରେ ମୋତେ ମେଡିସିନ ଦେବାକୁ ଡାକ୍ତର ପାଖକୁ ନେଇକି ଗଲେ। ବହୁ ଝିଅଙ୍କ ସହ ସମ୍ପର୍କକୁ ନେଇ ଆମ ଭିତରେ ପାଟିଗୋଳ ହେବାରୁ  ସ୍ୱାମୀ ଓ ତାଙ୍କ ବାପାମା’ ବି ମୋ ଉପରେ ବହୁ ଅତ୍ୟାଚାର କରୁଥିଲେ।

ଏନେଇ ଅନ୍ୟ ଜଣେ ଯୁବତୀ କହିଛନ୍ତି,  ଗତ ଫେବୃୟାରୀ ମାସରେ ଆମ ବିବାହ ହୋଇଥିଲା।  ବିବାହ ସମୟରେ ୨୪ ଲକ୍ଷ ଟଙ୍କା ଯୌତୁକ ନେଇଥିଲି। ହେଲେ ସେଥିରେ ଶାଶୁ ଘର ଲୋକ ଖୁସି ନ ଥିଲେ। ଏକ ମାସ ପରେ ଅନ୍ୟ ଜଣେ ମହିଳା ଆସି ଘର ଆଗରେ ପାଟି କରିବାରୁ ସ୍ୱାମୀ  ଧୋକେବାଜ ବୋଲି ଜାଣିପାରିଥିଲି। ସେ ସ୍ତ୍ରୀ ଲୋକଜଣକ ତାଙ୍କ ପ୍ରଥମ ସ୍ତ୍ରୀ ବୋଲି ଜାଣିବାକୁ ପାଇଲି । ପ୍ରିୟବ୍ରତ  କେବଳ ପଇସା ଓ ଖୁସି ପାଇଁ ବିବାହ କରୁଥିବା କହିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe