ପିଟି ପିଟି ଅଭିଯୁକ୍ତଙ୍କ ଗୋଡ଼ ଭାଙ୍ଗି ଦେଲେ ପୁଲିସ ବାବୁ, ୪ମାସ ପରେ ପଦାକୁ ଆସିଲା ଘଟଣା

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁଲିସ ବାବୁ ଦେଖାଇଲେ ଦବଙ୍ଗଗିରି। ମାଛ ଧରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ମାମଲା ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ଦେଖାଇଲେ ଗୁଣ୍ଡାଗିରି। ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ଲୁହା ପାଇପରେ ନିର୍ଧୂମ ପିଟିଲେ। ପ୍ରବଳ ମାଡ଼ ଯୋଗୁ ଅଭିଯୁକ୍ତଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଏହାପରେ ଥାନା ଅଧିକାରୀଙ୍କ ଚେତା ପଶିଲା। ମାମଲାକୁ ଚପାଇବାକୁ ଦୀର୍ଘ ଚାରିମାସ ହେଲା ସେ ଚଳାଇଛନ୍ତି ଜୋରଦାର ଉଦ୍ୟମ। ଏପରିକି ନିଜସ୍ୱ ଉଦ୍ୟମରେ ଅଭିଯୁକ୍ତଙ୍କ ଗୋଡ଼ […]

konark

konark

Tapaswini Nayak
  • Published: Thursday, 05 May 2022
  • Updated: 05 May 2022, 11:29 AM IST

କୋଣାର୍କ(ଓଡ଼ିଶା ରିପୋର୍ଟର): ପୁଲିସ ବାବୁ ଦେଖାଇଲେ ଦବଙ୍ଗଗିରି। ମାଛ ଧରାକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ମାମଲା ଥାନାରେ ପହଞ୍ଚିବା ପରେ ଥାନା ଅଧିକାରୀ ଦେଖାଇଲେ ଗୁଣ୍ଡାଗିରି। ଅଭିଯୁକ୍ତଙ୍କୁ ଥାନାକୁ ଉଠାଇ ଆଣି ଲୁହା ପାଇପରେ ନିର୍ଧୂମ ପିଟିଲେ। ପ୍ରବଳ ମାଡ଼ ଯୋଗୁ ଅଭିଯୁକ୍ତଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଏହାପରେ ଥାନା ଅଧିକାରୀଙ୍କ ଚେତା ପଶିଲା। ମାମଲାକୁ ଚପାଇବାକୁ ଦୀର୍ଘ ଚାରିମାସ ହେଲା ସେ ଚଳାଇଛନ୍ତି ଜୋରଦାର ଉଦ୍ୟମ। ଏପରିକି ନିଜସ୍ୱ ଉଦ୍ୟମରେ ଅଭିଯୁକ୍ତଙ୍କ ଗୋଡ଼ ଅପରେସନ କରିବା ସହ ତାଙ୍କୁ ଏକ ଭଡ଼ା ଘରେ ରଖିଛନ୍ତି। ହେଲେ ଏବେ ବି ଭଲ ହୋଇ ପାରି ନଥିବାରୁ ନିଜ ପରିବାର ପ୍ରତିପୋଷଣ କରିବାକୁ ଅକ୍ଷମ ଥିବା ଅଭିଯୁକ୍ତ ଜଣଙ୍କ ଏନେଇ ମାନବାଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ ଘଟଣା ଲୋକ ଲୋଚନକୁ ଆସିଥିବା ବେଳେ ଥାନା ଅଧିକାରୀଙ୍କ ଅମାନବୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଆମ୍ବେଳି ଗାଁରେ। ଅଭିଯୋଗକାରୀ ଜଣଙ୍କ ହେଲେ ଆମ୍ବେଳି ଗାଁର। କାଳନ୍ଦି କାଣ୍ଡି।

ଅଭିଯୋଗ ଅନୁସାରେ, ଗତ ଜାନୁଆରୀ ମାସରେ କାଦୁଆ ନଦୀରେ ମାଛ ଧରାକୁ କେନ୍ଦ୍ର କରି କାଳନ୍ଦିଙ୍କ ସହ କିଛି ଲୋକଙ୍କର ଝଗଡ଼ା ହୋଇଥିଲା। ଏନେଇ କୋଣାର୍କ ଥାନାରେ ତାଙ୍କ ନାଁରେ ମାମଲା ହୋଇଥିଲା। ଅଭିଯୋଗ ହେବା ପରେ କୋଣାର୍କ ଥାନା ଆଇଆଇସି ଓ ଅନ୍ୟ ପୁଲିସମାନେ କାଳନ୍ଦିଙ୍କୁ  ଘରୁ ଉଠାଇ ଆଣି ଥାନାରେ ଥାର୍ଡ ଡିଗ୍ରୀ ଦେଇଥିଲେ। ଏପରିକି ଲୁହା ପାଇପରେ ତାଙ୍କୁ ପିଟିଥିଲେ। ପୁଲିସ ବାବୁଙ୍କ ମାଡ଼ରେ କାଳନ୍ଦିଙ୍କ ବାମ ଗୋଡ଼ଟି ଭାଙ୍ଗିଯାଇଥିଲା।

ପରେ ଥାନା ଅଧିକାରୀ କାଳନ୍ଦିଙ୍କୁ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ  ଭୁବନେଶ୍ୱରର ଏକ ଘରୋଇ  ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଚିକିତ୍ସା କରାଇଥିଲେ।  କାଳନ୍ଦି ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ମାମଲାକୁ ଚପାଇବାକୁ ତାଙ୍କୁ ଗାଁଠାରୁ ପ୍ରାୟ ୮ କିମି ଦୂରରେ ଥିବା ମୁଳି ସାହିରେ ଭଡ଼ା ଘରେ ଥାନା ଅଧିକାରୀ ରଖିଥିଲେ।

କାଳନ୍ଦିଙ୍କ ଗୋଡ଼ ସମ୍ପୂର୍ଣ୍ଣ ଭଲ ହୋଇନଥିବାରୁ ସେ ଏବେ ଠିକ୍ ଭାବରେ ଚାଲିପାରୁ ନାହାନ୍ତି  କି କୌଣସି କାମ ଧନ୍ଦା କରିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।  କୌଣସି କାମ ଧନ୍ଦା କରି ପାରୁ ନଥିବାରୁ ପରିବାର ପୋଷଣ କରିବା  ତାଙ୍କ ପାଇଁ କଷ୍ଟ କର ହୋଇପଡ଼ିଛି।  ମୋତେ ସରକାର ନ୍ୟାୟ  ଦିଅନ୍ତୁ ବୋଲି କାଳନ୍ଦି କହିଛନ୍ତି।

କାଳନ୍ଦିଙ୍କ ପତ୍ନୀ କହିଛନ୍ତି, ମୋ ସ୍ୱାମୀଙ୍କୁ ଥାନା ବାଲା ମାଡ଼ ମାରି ଗୋଡ଼ ଭାଙ୍ଗି ଦେଇଥିଲେ। ପରେ  ମୋ ସ୍ୱାମୀଙ୍କୁ ଭୁବନେଶ୍ୱର ନେଇ ଅପରେସନ କରି ଆଣି ଆମକୁ ଏକ ଭଡ଼ା ଘରେ  ରଖିଛନ୍ତି। ମୋ ସ୍ୱାମୀ ଛୋଟା ହୋଇଗଲେ।  ମୋ ଛୋଟ ପୁଅଟେ ଅଛି, ମୋ ପରିବାର କିପରି ଚଳିବ। ଆମକୁ ନ୍ୟାୟ ମିଳୁ।

ଏ ନେଇ କୋଣାର୍କ ଥାନା ଅଧିକାରୀଙ୍କର  କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story