2
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲିସର ଦାଦାଗିରି। ବିକ୍ଷୋଭ କରୁଥିବା ବେଳେ କଟକରେ ଆନ୍ଦୋଳନକାରୀଙ୍କୁ ପୁଲିସ ଚାପୁଡ଼ା ମାରିଥିବା ବେଳେ ସମ୍ୱଲପୁର ଜିଲ୍ଲାରେ ଜଣେ ଏଏସ୍ଆଇ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଦ୍ୱିତୀୟ ଘଟଣାରେ ଭିଡିଓ ଭାଇରାଲ୍ ହେବା ପରେ ସମ୍ୱଲପୁର ଏସ୍ପି ରେଙ୍ଗାଲି ଏଏସ୍ଆଇଙ୍କୁ ସସ୍ପେଣ୍ଡ କରିଛନ୍ତି।
କମିଶନରେଟ୍ ପୁଲିସର ଦାଦାଗିରି। କଟକ ଏସିପି ଏସ୍.କେ. ସରିଫୁଦ୍ଦିନ୍ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏସିପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। (କଟକ ଭିଡିଓ)
ସେହିପରି ସମ୍ବଲପୁର ଜିଲ୍ଲାରେ ମହଙ୍ଗା ପଡ଼ିଛି ଜଣେ ବୃଦ୍ଧାଙ୍କୁ ପୁଲିସର ମାଡ଼। ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି ରେଙ୍ଗାଲି ଥାନା ASI ଦ୍ରୋଣାଚାର୍ଯ୍ୟ ସାହୁ। ଥାନା ଭିତରେ ମାଡ଼ ମାରିବା ଅଭିଯୋଗରେ ତାଙ୍କ ସସ୍ପେଣ୍ଡ କରିଛନ୍ତି ଏସ୍ପି। ଘଟଣାଟି ଗତ ଗଣେଶ ପୂଜା ସମୟରେ ଘଟିଥିଲା। ରେଙ୍ଗାଲିରେ ଗଣେଶ ପୂଜା ଭସାଣି ବେଳେ ମହିଳା ଜଣଙ୍କୁ ପୁଲିସ ଥାନାକୁ ଆଣି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ମାଡ଼ର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ପୁଲିସ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି। (ଦେଖନ୍ତୁ ରେଙ୍ଗାଲି ଥାନାରେ ଘଟିଥିବା ଗଣେଶ ପୂଜା ବେଳର ସେହି ଦୃଶ୍ୟ।)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/2-3.jpg)