ଫୁଲବାଣୀ(ଓଡ଼ିଶା ରିପୋର୍ଟର): ପୁଲିସ ବାବୁଙ୍କ ଦବଙ୍ଗ ଗିରି। ଅଭିଯୁକ୍ତକୁ ମାଡ଼ ମାରି ଲହୁଲୁହାଣ କରିବା ସହ ପଥର ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ। ଏନେଇ ଅଭିଯୁକ୍ତଙ୍କ ପରିବାର ନ୍ୟାୟ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଉଦ୍ଧବ କହଁର। ତାଙ୍କ ଘର ଭୃଙ୍ଗୀବାଲି ଗାଁରେ।
ଉଦ୍ଧବଙ୍କ ସମ୍ପର୍କୀୟ ରୋହିତ କହଁରଙ୍କ ଅଭିଯୋଗ ଅନୁସାରେ, ୨୦୨୧ ମସିହାରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଉଦ୍ଧବଙ୍କ ନାଁରେ ଏକ ମାମଲା ହୋଇଥିଲା। ଯେଉଁଥିରେ ସେ ଗିରଫ ହୋଇନଥିଲେ। ଅଭିଯୋଗ ମିଛ ଥିଲା। ତେବେ ତାଙ୍କ ନାଁରେ ୱାରେଣ୍ଟ ରହିଥିଲା। ଗତକାଲି ଗୋଚ୍ଛାପଡ଼ା ଥାନା ପୁଲିସ ଉଦ୍ଧବଙ୍କୁ ଗିରଫ କରିବା ପାଇଁ ଭୃଙ୍ଗୀବାଲି ଗାଁରେ ପହଞ୍ଚିଥିଲା। ପ୍ରଥମେ ପୁଲିସ ତାଙ୍କୁ ଧରିବାକୁ ମୁଣ୍ଡକୁ ପଥର ମାରିଥିଲା। ପୁଲିସ ଏପରି କାହିଁକି କଲା ଭାବି ସେ ଦୌଡ଼ି ପଳାଇବାକୁ ଚେଷ୍ଟା କଲା ବେଳେ ପୁଲିସ କର୍ମଚାରୀ ତାଙ୍କୁ କାଠ ଫାଳିଆରେ ପିଟି ଲହୁଲହାଣ କରି ଦେଇଥିଲେ। ଯଦି ଉଦ୍ଧବ ନାଁରେ ୱାରେଣ୍ଟ ଥିଲା, ତାହା ହେଲେ ତାକୁ ମାଡ଼ପିଟ୍ ନକରି ଥାନାକୁ ଆଣିବା କଥା। ହେଲେ ପୁଲିସ ତାଙ୍କୁ ମାଡ଼ ମାରି ଥାନାକୁ ଆଣିଥିଲା। ଉଦ୍ଧବଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉ।
ସେ ଆହୁରି କହିଛନ୍ତି, ପୁଲିସ ଉଦ୍ଧବଙ୍କୁ ଗିରଫ କରି କାହିଁକି ମାଡ଼ ମାରିଲେ। ଏହାର ବିଚାର କରାଯାଇ ମାଡ଼ ମାରିଥିବା ପୁଲିସ କର୍ମଚାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନ ହେଲେ ଆଗାମୀ ଦିନରେ ଏହା ବିରୁଦ୍ଧରେ ଆମେ ରାଜରାସ୍ତାକୁ ଓଲ୍ଲାଇବୁ ଓ ଗୋଚ୍ଛପଡ଼ା ଏସ୍ପିଙ୍କ ଅଫିସ ଘେରାଉ କରିବୁ।
ନ୍ୟାୟ ପାଇଁ ଫୁଲବାଣୀ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଉଦ୍ଧବଙ୍କ ପରିବାର।
[caption id="attachment_737234" align="aligncenter" width="650"] ଉଦ୍ଧବଙ୍କ ମୁଣ୍ଡ ଫାଟିଯାଇଛି[/caption]
ଉଦ୍ଧବଙ୍କ ଓକିଲ ବିଜୟ ମହାନ୍ତି କହିଛନ୍ତି ଯେ, ଉଦ୍ଧବଙ୍କୁ ପୁଲିସ ଗଞ୍ଜେଇ କେସରେ ଗିରଫ କରିଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଓ ଲାଠିରେ ପିଟି ତାଙ୍କ ଗୋଡ଼ ଭାଙ୍ଗି ଦେଇଛି। ଉଦ୍ଧବଙ୍କର ତୁରନ୍ତ ଚିକିତ୍ସା କରାଯାଉ ବୋଲି ମୁଁ କୋର୍ଟଙ୍କୁ ନିବେଦନ କରିଛି। ନହେଲେ ସେ ଲୋକ ମରିଯିବାର ଆଶଙ୍କା ରହିଛି। କୋର୍ଟରେ ଏହି କେସ୍କୁ ବିଚାର ପାଇଁ ରଖିଛନ୍ତି।
ସେ ଆହୁରି କହିଛନ୍ତି, 72/21 ମସିହାରେ ମିଥ୍ୟା ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଉଦ୍ଧବଙ୍କ ନାଁରେ କେସ ହୋଇଥିଲା। ପୁଲିସ ପୁରୁଣା କେସ୍ରେ ଗତକାଲି ତାଙ୍କୁ ଜବରଦସ୍ତ ଧରି ମାରପିଟ୍ କରିଛି।
ତେବେ ଏ ସମ୍ପର୍କରେ ଗୋଚ୍ଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ କହିଛନ୍ତି, ଅଭିଯୁକ୍ତକୁ ଧରିବା ବେଳେ ଚେଜିଙ୍ଗରେ ଯାହା କିଛି ହୋଇଛି। ତାଙ୍କୁ କୌଣସି ପୋଲିସ କର୍ମଚାରୀ ବାଡ଼େଇନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।