Advertisment

Bharat Bandh: ବନ୍ଦ ପାଳନ ବେଳେ ଅଘଟଣ: ବ୍ରେକ୍‌ ଫେଲ୍‌ ହୋଇ ମାଡ଼ି ଗଲା ପୁଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଗଲେ ଆନ୍ଦୋଳନକାରୀ

କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ପକ୍ଷରୁ ଗୁରୁବାର ୧୨ଘଣ୍ଟିଆ ଧର୍ମଘଟ ଓ ହରତାଳ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।

author-image
Jitendra Garnayak
Police Bus

କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ପକ୍ଷରୁ ଗୁରୁବାର ୧୨ଘଣ୍ଟିଆ ଧର୍ମଘଟ ଓ ହରତାଳ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। 

Advertisment

ଏହି ବନ୍ଦ ପାଳନ ବେଳେ ରାୟଗଡ଼ାରେ ଘଟିଛି ଅଘଟଣ। ସହରର ଶିରିଗୁଡ଼ା ଛକ ନିକଟରେ ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୁଲିସ୍ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା। ତେବେ ଡ୍ରାଇଭର ଜୋରରେ ପାଟି କରିବା ଯୋଗୁ ଆନ୍ଦୋଳନକାରୀମାନେ ରାସ୍ତାରୁ ଦୌଡ଼ି ପଳାଇଥିଲେ। ତା’ସହିତ ଡ୍ରାଇଭର ବସ୍‌ଟିକୁ ରାସ୍ତାକଡ଼କୁ ଖସାଇ ଦେଇଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା। 

ବସ୍‌ଟି ବ୍ରେକ୍‌ ଫେଲ୍ ହୋଇ ମାଡ଼ି ଯାଉଥିବା ବେଳେ ସେଠାରେ ଆନ୍ଦୋଳନକାରୀଙ୍କ ସହିତ ପୁଲିସ୍ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।  

Advertisment

ଏହି ବସ୍‌ଟି ୩୮ ଜଣ ପୁଲିସ କର୍ମଚାରୀ ବସିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ନିମନ୍ତେ ସେମାନେ ରାୟଗଡ଼ାରୁ ନବରଙ୍ଗପୁର ଯାଉଥିଲେ। 

ରାୟଗଡ଼ା ସହରର ଶିରିଗୁଡ଼ା ଛକରେ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଚୌକି ପକାଇ ଏହାକୁ ଅବରୋଧ କରିଥିବା ବେଳେ ଅନେକ ଗାଡ଼ି ଅଟକି ରହିଥିଲେ। ପୁଲିସ୍ କର୍ମଚାରୀଙ୍କୁ ନେଇ ଯାଉଥିବା ବସ୍‌ଟି ମଧ୍ୟ ଅଟକି ଥିଲା। କିନ୍ତୁ ହଠାତ୍ ବସ୍‌ଟି ଗଡ଼ିବାକୁ ଆରମ୍ଭ କରିଥିଲା। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଅଘଟଣ ଟଳି ଯାଇଥିଲା। ଏହି ଘଟଣାକୁ ନେଇ ରାୟଗଡ଼ା ଏସ୍‌ଡିପିଓ କିଛି ପ୍ରତିକ୍ରିୟା ଦେଇ ନଥିବା ବେଳେ ବସ୍‌ଟିର ଫିଟ୍‌ନେସ୍ ଯାଞ୍ଚ କରାଯାଇଥିଲା କି ନାହିଁ, ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ। 

ସେହିଭଳି ବନ୍ଦ ପାଳନ ବେଳେ ବାଲେଶ୍ୱରରେ ଘଟିଛି ଅଘଟଣ। ବାଲେଶ୍ୱର ସହରର ଷ୍ଟେସନ ଛକରେ ଜଣେ ବାମପନ୍ଥୀ ନେତାଙ୍କୁ ଏକ କାର ଧକ୍କା ଦେଇଛି। ତାଙ୍କ ନାଁ ଗୌରାଙ୍ଗ ପାଣିଗ୍ରାହୀ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାକ ଓ ମୁହଁରେ ଆଘାତ ଲାଗିଛି। ପୁଲିସ୍ ଭ୍ୟାନ୍ ଯୋଗେ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।