Advertisment

‌ଅସଲି ପ୍ୟାକେଟ, ନକଲି ସିମେଣ୍ଟ; ବନ୍ଧା ହେଲେ ୭

ଯାଜପୁର(ଓଡ଼ିଶା ରିପୋର୍ଟର): ଅସଲି ପ୍ୟାକେଟ। ହେଲେ ନକଲି ସିମେଣ୍ଟ। ନାମି ଦାମୀ କମ୍ପାନୀ ପ୍ୟାକେଟରେ ପ୍ୟାକିଂ କରୁଥିଲେ ସିମେଣ୍ଟ। ଉପରୁ ଦେଖିଲେ ଆଦୌ ଜାଣିପାରିବେନି ଏହା ଅସଲି ନା ନକଲି। ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗୋଲାଗାଁ ନିକଟରୁ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ଏଠାରୁ ଶତାଧିକ ନକଲି ସିମେଣ୍ଟ ବସ୍ତା ଜବତ କରାଯାଇଛି। ଏନେଇ କଳିଙ୍ଗନଗର ପୁଲିସ ନକଲି ସିମେଣ୍ଟ ପ୍ରସ୍ତୁତ କରୁଥିବା ୭ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ […]

ଅଦ୍ୟତନ ହୋଇଛି
‌ଅସଲି ପ୍ୟାକେଟ, ନକଲି ସିମେଣ୍ଟ; ବନ୍ଧା ହେଲେ ୭

farm-cement

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର): ଅସଲି ପ୍ୟାକେଟ। ହେଲେ ନକଲି ସିମେଣ୍ଟ। ନାମି ଦାମୀ କମ୍ପାନୀ ପ୍ୟାକେଟରେ ପ୍ୟାକିଂ କରୁଥିଲେ ସିମେଣ୍ଟ। ଉପରୁ ଦେଖିଲେ ଆଦୌ ଜାଣିପାରିବେନି ଏହା ଅସଲି ନା ନକଲି। ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଗୋଲାଗାଁ ନିକଟରୁ ଏକ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ଏଠାରୁ ଶତାଧିକ ନକଲି ସିମେଣ୍ଟ ବସ୍ତା ଜବତ କରାଯାଇଛି। ଏନେଇ କଳିଙ୍ଗନଗର ପୁଲିସ ନକଲି ସିମେଣ୍ଟ ପ୍ରସ୍ତୁତ କରୁଥିବା ୭ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଏଠାରୁ ବହୁ ପରିମାଣର ନକଲି ସିମେଣ୍ଟ ସହ ପ୍ରସ୍ତୁତିରେ ବ୍ୟବହୃତ ଯନ୍ତ୍ରପାତି ଓ ଗୋଟିଏ ଟ୍ରକ ଜବତ କରାଯାଇଛି।

Advertisment

ସୂଚନା ମୁତାବକ, ଦୀର୍ଘ ୨ ବର୍ଷ ହେବ ଏଠାରେ ଏହି ନକଲି ସିମେଣ୍ଟ କାରଖାନା ଚାଲି ଆସୁଥିଲା। ଖରାପ ହୋଇଯାଇଥିବା ସିମେଣ୍ଟ କୁ ଏଠାରେ ମେସିନ୍ ସାହାଯ୍ୟରେ ପ୍ରସ୍ତୁତ କରାଯାଇ ନାମୀଦାମୀ ସିମେଣ୍ଟ କମ୍ପାନୀର ପ୍ୟାକେଟରେ ଭର୍ତ୍ତି କରାଯାଇ ବିକ୍ରି କରାଯାଉଥିଲା। ଏନେଇ ପୁଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା। ଯାଞ୍ଚ ପରେ ଏହି ନକଲି ସିମେଣ୍ଟ କାରଖାନାକୁ ପୁଲିସ ସିଲ୍ କରିଛି।

ଏହି ନକଲି ସିମେଣ୍ଟ କାରବାରରେ ସମ୍ପୃକ୍ତ କାରଖାନା ମାଲିକଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe