ପୁଲିସ ଗାଡ଼ି ଜବତ କରିପାରିବ ନାହିଁ: ଅଣ୍ଡରଟେକିଂ ନେଇ ଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର):କରୋନା ଲକଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୁଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।  ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଦେବାକୁ କୋର୍ଟ କହିଛନ୍ତି । ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ । ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି । ସହଜରେ ଘର ପାଖରେ ଜିନିଷ ନମିଳିବା […]

76890

Tapas Behera
  • Published: Thursday, 09 April 2020
  • , Updated: 09 April 2020, 07:11 PM IST

କଟକ(ଓଡ଼ିଶା ରିପୋର୍ଟର):କରୋନା ଲକଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୁଲିସ ଗାଡ଼ି ଜବତ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।  ଜବତ କରିବା ବଦଳରେ ଚାଳକଙ୍କଠାରୁ ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଦେବାକୁ କୋର୍ଟ କହିଛନ୍ତି । ଏହାସହ କୋର୍ଟ କହିଛନ୍ତି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖରେ ଯୋଗାଇ ଦେବାର ବ୍ୟବସ୍ଥା କରନ୍ତୁ । ପାଦଚଲା ଦୂରତାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଉନାହାନ୍ତି । ସହଜରେ ଘର ପାଖରେ ଜିନିଷ ନମିଳିବା ପର୍ଯ୍ୟନ୍ତ ଲୋକଙ୍କୁ ହଇରାଣ ନ କରାଯାଉ ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି । ସ୍ୱତନ୍ତ୍ର ଗାଇଡଲାଇନ  ସହ ଜିନିଷ ଉପଲବ୍ଧ ବ୍ୟବସ୍ଥା କରିବାକୁ କୋର୍ଟ କହିଛନ୍ତି ।

Related story