/odisha-reporter/media/post_attachments/uploads/2020/09/polsara.jpg)
polsara
ଛତ୍ରପୁର(ଆଲୋକ ଗୌଡ଼): ପୁଲିସ୍ ହାତରେ ଧରା ପଡ଼ିଲେ ଦିନ ଦ୍ୱିପ୍ରହରରେ ଲୁଟପାଟ କରୁଥିବା ୩ ଲୁଟେରା। ସେମାନଙ୍କୁ ଗିରଫ କରିବା ସହ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ପୁଲିସ୍ ସେମାନଙ୍କ ନିକଟରୁ ୩ ଟି ବାଇକ୍ ଓ ସୁନା ଗହଣା ଜବତ କରିଛି। ଏହାବ୍ୟତୀତ ୩ କୁଇଣ୍ଟାଲର ୬ଟି କାଜୁ ବସ୍ତାକୁ ମଧ୍ୟ ଜବତ କରିଛି ପୋଲସରା ପୋଲିସ୍ ।
Advertisment
ଗିରଫ ହୋଇଥିବା ୩ ଲୁଟେରା ହେଉଛନ୍ତି ପୋଲସରା ଥାନା ଅଧୀନ ମାଳବିରିପୁର ଗ୍ରାମର ଜଗନ୍ନାଥ ଜାନୀ , ନିରାଶପଲ୍ଲୀ ଗାଁର ପ୍ରମୋଦ ଜାନୀ ଓ ବାଣପୁର ଥାନା ଅଞ୍ଚଳରେ ଥିବା ନୀଳାଦ୍ରି ପ୍ରସାଦ ଗାଁର ଅଜୟ ନାୟକ । ଲୁଟ୍ ପାଟ୍ ସମେତ ଯୁବତୀ ଚୋରାଚାଲାଣରେ ମଧ୍ୟ ଏହି ଯୁବକମାନେ ସମ୍ପୃକ୍ତ ଥିବା ଜଣାଯାଇଛି। ଗିରଫ ୩ ଲୁଟେରାଙ୍କୁ ପୁଲିସ୍ କୋଦଳା କୋର୍ଟଚାଲାଣ କରିଥିବା ବେଳେ ସେମାନଙ୍କ ଗ୍ୟାଙ୍ଗର ଅନ୍ୟ ଜଣେ ଲୁଟେରା ଏବେବି ଫେରାର୍ ଥିବା ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
