Advertisment

ଚୋରି ନାବାଳିକାକୁ ବିକ୍ରି କରିଥାନ୍ତା ଅଭିଯୁକ୍ତ, ହେଲେ ତା’ ପୂର୍ବରୁ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ କରିଥିବା ଅଭିଯୁକ୍ତର ସବୁ ଯୋଜନା ପଣ୍ଡ ହୋଇଗଲା।  ନାବାଳିକାଟିକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ମାଡ଼ି ବସିଲା କମିଶନରେଟ ପୁଲିସ୍‌। ଏଥିସହ ୫ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାକୁ  ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ୍‌ ।  ଏପରି ନାବାଳିକା ଚୋରି ଘଟଣା ଖୋଦ ରାଜଧାନୀରେ ଘଟିଛି। ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିର ନାବାଳିକାଜଣଙ୍କ ୫ଦିନ ତଳେ ନିଖୋଜ ହୋଇଯାଇଥିଲେ । […]

author-image
Niharika Rout
ଅଦ୍ୟତନ ହୋଇଛି
ହାତଗୋଡ଼ ବାନ୍ଧି ଦୁଷ୍କର୍ମ କଲେ, ପଥରରେ ଛେଚିଲେ

minor girl

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାବାଳିକାକୁ ଚୋରି ପରେ ବିକ୍ରି ଉଦ୍ୟମ କରିଥିବା ଅଭିଯୁକ୍ତର ସବୁ ଯୋଜନା ପଣ୍ଡ ହୋଇଗଲା।  ନାବାଳିକାଟିକୁ ବିକ୍ରି କରିବା ପୂର୍ବରୁ ଅଭିଯୁକ୍ତକୁ ମାଡ଼ି ବସିଲା କମିଶନରେଟ ପୁଲିସ୍‌। ଏଥିସହ ୫ ଦିନ ଧରି ନିଖୋଜ ଥିବା ଜଣେ ନାବାଳିକାକୁ  ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ୍‌ ।  ଏପରି ନାବାଳିକା ଚୋରି ଘଟଣା ଖୋଦ ରାଜଧାନୀରେ ଘଟିଛି।

Advertisment

ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିର ନାବାଳିକାଜଣଙ୍କ ୫ଦିନ ତଳେ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ କିଛି ସୂଚନା ନ ମିଳିବା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲା ।  ଚନ୍ଦ୍ରଶେଖରପୁର ଅଂଚଳରେ ନାବାଳିକାଙ୍କୁ ଧରି ଜଣେ ବୁଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ପୁଲିସ୍‌। ଏହାପରେ ଅଭିଯୁକ୍ତଙ୍କୁ କାବୁ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୁଲିସ୍‌।

ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସେ ପିଲାକୁ ଚୋରି ପରେ ବିକ୍ରି କରିବାକୁ ଯୋଜନା କରିଥିବା କମିଶନରେଟ ପୁଲିସ୍‌କୁ ସୂଚନା ଦେଇଛି  । ତେବେ ସେ କାହାକୁ ପିଲାଟିକୁ ବିକ୍ରି କରିଥାନ୍ତା, ଏଥିନିମନ୍ତେ କାହା ସହ ଯୋଗାଯୋଗ କରିଥିଲା, ଅଭିଯୁକ୍ତଜଣକ ପୂର୍ବରୁ ଏପରି ଘଟଣା ଘଟାଇଥିଲା, ନା ଏହା ପ୍ରଥମ ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ପୁଲିସ୍‌।

Advertisment
Bhubaneswar News