Advertisment

ପଇଁତରା ମାରିଲେ ପୁଲିସ କମିଶନର

କଟକ(ଓଡ଼ିଶା ରିପୋର୍ଟର) ଆଜି ହେଉଛି ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ କିନ୍ତୁ କରୋନା କଟକଣା ଯୋଗୁଁ ହୋଲି ସାମାନ୍ୟ ଫିକା ପଡ଼ିଛି।  କଟକ ଓ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ସହ କୋଭିଡ କଟକଣା ମାନି ହୋଲି ଖେଳିଛନ୍ତି ସାଧାରଣ ଲୋକେ। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକର ବିଭିନ୍ନ ସ୍ଥାନରେ ଲୋକମାନେ କିପରି ହୋଲି ପାଳନ କରୁଛନ୍ତି ତାହାର ଅନୁଧ୍ୟାନ କରିଥିଲେ । କଟକଣା ମଧ୍ୟରେ ଲୋକମାନେ ଘରେ ରହି ନିଜ ସମ୍ପର୍କୀୟ ମାନଙ୍କ ସହ […]

ଅଦ୍ୟତନ ହୋଇଛି
ପଇଁତରା ମାରିଲେ ପୁଲିସ କମିଶନର

yhnm

Advertisment

କଟକ(ଓଡ଼ିଶା ରିପୋର୍ଟର) ଆଜି ହେଉଛି ରଙ୍ଗର ପର୍ବ ହୋଲି । ଚଳିତ ବର୍ଷ କିନ୍ତୁ କରୋନା କଟକଣା ଯୋଗୁଁ ହୋଲି ସାମାନ୍ୟ ଫିକା ପଡ଼ିଛି।  କଟକ ଓ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ସହ କୋଭିଡ କଟକଣା ମାନି ହୋଲି ଖେଳିଛନ୍ତି ସାଧାରଣ ଲୋକେ।

Advertisment

ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକର ବିଭିନ୍ନ ସ୍ଥାନରେ ଲୋକମାନେ କିପରି ହୋଲି ପାଳନ କରୁଛନ୍ତି ତାହାର ଅନୁଧ୍ୟାନ କରିଥିଲେ । କଟକଣା ମଧ୍ୟରେ ଲୋକମାନେ ଘରେ ରହି ନିଜ ସମ୍ପର୍କୀୟ ମାନଙ୍କ ସହ ହୋଲି ପାଳନ କରିଥିବାରୁ ପୁଲିସ କମିଶନର ଧନ୍ୟବାଦ ଜଣାଇଛନ୍ତି।

ଯେଉଁଠି କୋଭିଡ୍ କଟକଣାର ବ୍ୟତିକ୍ରମ ହୋଇଥିଲା ସେଠାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପୁଲିସ କମିଶନର କହିଛନ୍ତି । ଏପଟେ ରାଜଧାନୀରେ କାଁ ଭାଁ ରଙ୍ଗ ଦୋକାନ ଖୋଲାଯାଇଥିବା ବେଳେ ପୁଲିସ ପହଞ୍ଚି କହିବା ପରେ ଦୋକାନ ବନ୍ଦ କରିଦେଇଥିଲେ ବ୍ୟବସାୟୀ।  ବିଭିନ୍ନ ଜଳାଶୟ ଓ ନଦୀଘାଟ ନିକଟରେ ପୁଲିସ ଫୋର୍ସ ମୁତୟନ ସହ ଅଗ୍ନିଶମ ବାହିନୀ ମଧ୍ୟ ସଜାଗ ଅଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

Advertisment
Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe