Advertisment

ଶ୍ରୀମନ୍ଦିର ରୋଷ ଘରେ ଚୁଲିଭଙ୍ଗା ଘଟଣା: ସିଂହଦ୍ୱାର ଥାନାରେ ଏତଲା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୋଷ ଘରେ ୮୦ରୁ ଅଧିକ ଚୁଲି ଭଙ୍ଗାରୁଜା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟାରେ ଚୁଲିକୁ କିଏ ଓ କାହିଁକି ଭାଙ୍ଗିଲା? ଏହି ଭଙ୍ଗାରୁଜା ପଛରେ କାହାର ହାତ ରହିଛି ପୁଲିସ ତାର ଟେର୍ ପାଇନାହିଁ। ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି […]

ଅଦ୍ୟତନ ହୋଇଛି
ପହୁଡ଼ ଯାଇଛି ଓଡ଼ିଆ ଜାତି!

Puri Temple

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରୋଷ ଘରେ ୮୦ରୁ ଅଧିକ ଚୁଲି ଭଙ୍ଗାରୁଜା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଏତେ ସଂଖ୍ୟାରେ ଚୁଲିକୁ କିଏ ଓ କାହିଁକି ଭାଙ୍ଗିଲା? ଏହି ଭଙ୍ଗାରୁଜା ପଛରେ କାହାର ହାତ ରହିଛି ପୁଲିସ ତାର ଟେର୍ ପାଇନାହିଁ।

ଶ୍ରୀମନ୍ଦିର ରୋଷ ଘରେ ବ୍ୟାପକ ଭଙ୍ଗାରୁଜା ଘଟଣାକୁ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଯେଉଁଥିରେ ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ। ହେଲେ ଏବେ ଯାଏଁ ଚୁଲି ଭଙ୍ଗା ଘଟଣାରେ ଦାୟୀ କିଏ ସେ ସମ୍ପର୍କରେ ଜଣାପଡ଼ିନି। ଏହି ସମ୍ବେଦନଶୀଳ ଘଟଣାରେ କାହାରିକୁ ଚିହ୍ନଟ କରାଯାଇନି କିମ୍ବା କାର୍ଯ୍ୟାନୁଷ୍ଠାନ ବି ହୋଇନି।

Advertisment

ସୂଚନା ଅନୁସାରେ, ଗତକାଲି ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଖବର ସାମ୍ନାକୁ ଆସିଥଲା।। ଶ୍ରୀମନ୍ଦିର ରୋଷ ଘରେ ଥିବା କୋଠଭୋଗ, ସାତପୁରି, ପିଠାଗଢ଼ା ଓ ଥାଳିଆଡ଼ ଆଦି ପାଇଁ ଥିବା ବିଭିନ୍ନ ଚୁଲାକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe