ଓଏଏସ୍‌ ପାଇଲେ କନଷ୍ଟେବଳ ନିଳାଦ୍ରୀ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଜଣେ ପୁଲିସ କନଷ୍ଟେବଳ। ସେ ହେଲେ ନିଳାଦ୍ରୀ ବିହାରୀ ଦାଡ଼ିଆ। ଓଡ଼ିଶା ସିଭିଲ ସର୍ଭିସ  ପରୀକ୍ଷାରେ ସେ ୯୭ତମ ସ୍ଥାନ ପାଇ ଏହି ସଫଳତା ହାସଲ କରିଛନ୍ତି। ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ୨୦୦୨ ମସିହାରେ ସେ କନଷ୍ଟେବଳ ଚାକିରିରେ ଯୋଗଦାନ କରିଥିଲେ। ୨୦୦୩ ମସିହାରେ ହାଇଦ୍ରାବାଦରେ ଗ୍ରେ ହାଉଣ୍ଡ ଟ୍ରେନିଂ ସାରି ନକ୍ସଲ ଦମନ ଅପରେସନରେ ସାମିଲ ହୋଇଥିଲେ। ୨୦୦୯ରେ ସ୍ପେଶାଲ ସିକ୍ୟୁରିଟି ୱିଙ୍ଗରେ ଯୋଗ ଦେବା ପରେ କୋରାପୁଟ ସାଂସଦ ଝିନ ହିକକାଙ୍କ […]

niladri

Rakesh Mallick
  • Published: Saturday, 22 December 2018
  • , Updated: 23 December 2018, 07:56 AM IST

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଜଣେ ପୁଲିସ କନଷ୍ଟେବଳ। ସେ ହେଲେ ନିଳାଦ୍ରୀ ବିହାରୀ ଦାଡ଼ିଆ। ଓଡ଼ିଶା ସିଭିଲ ସର୍ଭିସ  ପରୀକ୍ଷାରେ ସେ ୯୭ତମ ସ୍ଥାନ ପାଇ ଏହି ସଫଳତା ହାସଲ କରିଛନ୍ତି।

ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗତ ୨୦୦୨ ମସିହାରେ ସେ କନଷ୍ଟେବଳ ଚାକିରିରେ ଯୋଗଦାନ କରିଥିଲେ। ୨୦୦୩ ମସିହାରେ ହାଇଦ୍ରାବାଦରେ ଗ୍ରେ ହାଉଣ୍ଡ ଟ୍ରେନିଂ ସାରି ନକ୍ସଲ ଦମନ ଅପରେସନରେ ସାମିଲ ହୋଇଥିଲେ।

୨୦୦୯ରେ ସ୍ପେଶାଲ ସିକ୍ୟୁରିଟି ୱିଙ୍ଗରେ ଯୋଗ ଦେବା ପରେ କୋରାପୁଟ ସାଂସଦ ଝିନ ହିକକାଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ତେବେ ଏହି ଚାକିରି ସମୟରେ ଓଏଏସ ପରୀକ୍ଷାରେ ସଫଳତା ପାଇଥିବାରୁ ତାଙ୍କ ସାଥୀମାନେ ବେଶ୍‌ ଖୁସି ଅଛନ୍ତି। ନିଳାଦ୍ରୀ ଭୁବନେଶ୍ୱରରୁ ମାଲକାନଗିରି ବସଷ୍ଟାଣ୍ଡରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ନିଳାଦ୍ରୀ କହିଛନ୍ତି, “ମୁଁ ଏତେ ଖୁସି ଅଛି ଯେ, ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ। ଦୀର୍ଘଦିନର ପ୍ରସ୍ତୁତି ଥିଲା। ଏହା ମୋ ପାଇଁ ବହୁତ କଷ୍ଟକର ଥିଲା। ପାଖାପାଖି ୨୦୧୫ରୁ ଏଥିପାଇଁ ମୁଁ ପ୍ରସ୍ତୁତି ଚଳାଇଥିଲି। ଦୀର୍ଘଦିନର ପ୍ରସ୍ତୁତିର ଫଳ ଏବେ ପାଇଛି।”

Related story