Advertisment

ଗିରଫ ପରେ ଚାକିରିରୁ ବିଦା ହେଲେ କନଷ୍ଟେବଲ ପ୍ରସନ୍ନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୋଟେଲ୍ ସାଉଥ୍ ସିଟିରେ ବିନା ଲାଇସେନ୍ସ ଓ କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍ ଚଳାଉଥିବା ମାମଲାରେ ସଂପୃକ୍ତ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ବହିଷ୍କାର କରାଯାଇଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଏବଂ ୫ଟି ଫୌଜଦାରୀ ମାମଲା ରହିଥିଲା। ଗତକାଲି ପ୍ରସନ୍ନଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଥିବାବେଳେ ଦିନକ ପୂର୍ବରୁ ନିଲମ୍ବିତ କରାଯାଇଥିଲା। ନିଜ ଭାଇ ନାଁରେ ଲିଜ୍ […]

ସବୁ କାରନାମା ପଦାରେ ପଡ଼ିବା ପରେ ନିଲମ୍ବିତ କନଷ୍ଟେବଲ ପ୍ରସନ୍ନ ବେହେରା ଗିରଫ

Accused

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହୋଟେଲ୍ ସାଉଥ୍ ସିଟିରେ ବିନା ଲାଇସେନ୍ସ ଓ କୋଭିଡ୍ କଟକଣା ଉଲ୍ଲଂଘନ କରି ବାର୍ ଚଳାଉଥିବା ମାମଲାରେ ସଂପୃକ୍ତ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ବହିଷ୍କାର କରାଯାଇଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ପ୍ରସନ୍ନଙ୍କ ନାଁରେ ୮ଟି ବିଭାଗୀୟ ପ୍ରୋସିଡିଂ ଏବଂ ୫ଟି ଫୌଜଦାରୀ ମାମଲା ରହିଥିଲା।

Advertisment

ଗତକାଲି ପ୍ରସନ୍ନଙ୍କୁ କମିଶନରେଟ୍ ପୁଲିସ ଗିରଫ କରିଥିବାବେଳେ ଦିନକ ପୂର୍ବରୁ ନିଲମ୍ବିତ କରାଯାଇଥିଲା। ନିଜ ଭାଇ ନାଁରେ ଲିଜ୍ ନେଇ ବେଆଇନ ଭାବେ ହୋଟେଲ୍ ସାଉଥ୍ ସିଟି ବାରକୁ ଅପରେଟ୍ କରୁଥିଲେ ନିଜେ ପ୍ରସନ୍ନ।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାକୁ ଆସିଥିଲା ଏହି ହୋଟେଲ। ପୁଲିସ୍ ତଦନ୍ତରୁ ଜଣାପଡ଼ିଥିଲା ଯେ ବାର୍ ଲାଇସେନ୍ସ ସେପ୍ଟେମ୍ୱର ମାସରୁ ସରି ଯାଇଛି। ଏହା ସତ୍ତ୍ୱେ ସେଠାରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଖୋଲୁଥିଲା ବାର୍। ନାଚ ଗୀତରେ ମାତୁଥିଲେ ଯୁବକ ଓ ଯୁବତୀ। ଆଉ ଏହାକୁ ଭାଇ ନାଁରେ ଲାଇସେନ୍ସ ଆଣି ବାର୍ ଅପରେଟ୍ କରୁଥିଲେ ପ୍ରସନ୍ନ। ଯାହାର ଏକ ଭିଡ଼ିଓ ବି ସାମ୍ନାକୁ ଆସିଥିଲା।

Advertisment

ଶୁକ୍ରବାର ଅବକାରୀ ବିଭାଗ ଓ କମିଶନରେଟ୍‌ ପୁଲିସ ମିଳିତ ଭାବେ ସେହି ବାର୍‌ରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଟଙ୍କା ପଡ଼ିଥିବା ଦେଖି ତାଜୁବ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବାର୍‌ର ଲିଜ୍‌ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଲ ସଂଘ ସଂପାଦକ ପ୍ରସନ୍ନ ବେହେରାଙ୍କ ଭାଇଙ୍କ ନାଁରେ ରହିଛି। ଆଉ ଲାଇସେନ୍ସ ପ୍ରଦ୍ୟୁମ୍ନ ଜେନାଙ୍କ ନାଁରେ ରହିଥିଲା।

ସେ ବାର୍‌ ଚଳାଇ ପାରୁନଥିବାରୁ ଲିଜ୍‌ରେ ନେଇ ପ୍ରସନ୍ନ ଲିଜ୍‌ରେ ନେଇ ଭାଇ ନାଁରେ ଚଳାଉଥିଲେ। ଘଟଣା ସାମ୍ନାକୁ ଆସିବା ପରେ ପ୍ରସନ୍ନଙ୍କୁ ନିଲମ୍ୱିତ କରାଯାଇଥିଲା। ସେପଟେ ତମାଣ୍ଡୋ ଥାନା IIC ପ୍ରମୋଦ ପଟ୍ଟନାୟକଙ୍କୁ DCP ଅଫିସକୁ ବଦଳି କରାଯାଇଥିଲା। ଏବେ ପ୍ରସନ୍ନକୁ ପୂରା ବିଦା କରିଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe