Advertisment

ମିସ୍‌ କଲ୍‌ରୁ ପ୍ରେମ, ତା’ପରେ ପ୍ରେମିକାଙ୍କୁ ହତ୍ୟା

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ମିସ୍‌ କଲରୁ ପ୍ରେମ। ପରେ ବ୍ଲାକ ମେଲ୍। ତା’ପରେ ପ୍ରେମିକାଙ୍କୁ ହତ୍ୟା କରାଯାଇଥିଲା। ଏପରି ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିଲା। ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ହାତୀବାରୀ ପୁଲିସ୍। ଏହି ମାମଲାରେ ପୁଲିସ ତଲସରା ଥାନା ଦେଓବହଲ ଗାଁର ଜ୍ୟୋତି ଟେଟେ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କୁ ୬ମାସ ତଳୁ ଜ୍ୟୋତି ଟେଟେ ମିସ୍ କଲ ଦେଉଥିଲେ। ପରେ ଉଭୟଙ୍କ ମଧ୍ୟରେ […]

ଅଦ୍ୟତନ ହୋଇଛି
ପୂର୍ବତନ ମନ୍ତ୍ରୀଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ଅଭିନେତ୍ରୀ

rape-2

Advertisment

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ମିସ୍‌ କଲରୁ ପ୍ରେମ। ପରେ ବ୍ଲାକ ମେଲ୍। ତା’ପରେ ପ୍ରେମିକାଙ୍କୁ ହତ୍ୟା କରାଯାଇଥିଲା। ଏପରି ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିଲା। ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ହାତୀବାରୀ ପୁଲିସ୍। ଏହି ମାମଲାରେ ପୁଲିସ ତଲସରା ଥାନା ଦେଓବହଲ ଗାଁର ଜ୍ୟୋତି ଟେଟେ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି।

Advertisment

ଅଭିଯୋଗ ମୁତାବକ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କୁ ୬ମାସ ତଳୁ ଜ୍ୟୋତି ଟେଟେ ମିସ୍ କଲ ଦେଉଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ବାହା ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ମାତ୍ର ଏହି ବିବାହରେ ଜ୍ୟୋତି ରାଜି ନଥିଲେ। ତେଣୁ ଯୁବତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ଡିସେମ୍ବର ୨୬ ତାରିଖ ସଂଧ୍ୟାରେ ଦୁଇ ସାଙ୍ଗଙ୍କ ସହ ମିଶି ଅଭିଯୁକ୍ତ ଜ୍ୟୋତି ଉକ୍ତ ଯୁବତୀଙ୍କୁ ହତ୍ୟା କରିଥିଲେ। ପରେ ମୃତଦେହରେ ଏକ ପଥରରେ ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ। ପୁଲିସ୍ ଶବ ଉଦ୍ଧାର କରି ଅନୁସନ୍ଧାନ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe