Advertisment

ହଠାତ୍‌ ପୁଲିସ୍‌ ହେଲା ଚଳଚଞ୍ଚଳ, ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଉଠାଇ ନେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ରଙ୍ଗଶାଳା ଖୋଲି ବହୁ ହାଇ ପ୍ରୋଫାଇଲ୍‌ ବ୍ୟକ୍ତିଙ୍କ ରାତି ରଙ୍ଗିନ କରୁଥିବା ବ୍ଲାକମେଲର କୁଇନ୍‌ ଅର୍ଚ୍ଚନା ନାଗ ଏବେ ଝାରପଡ଼ା ଜେଲ୍‌ରେ। ପ୍ରାୟ ୨ ସପ୍ତାହ ହେବ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରେ ବନ୍ଦୀ ଥିବା ବେଳେ ବାହାରେ ଖୁଲମଖୁଲା ବୁଲୁଥିଲା ତା’ ସ୍ୱାମୀ ଜଗବନ୍ଧୁ। ହେଲେ ହଠାତ୍‌  ଏତେ ଦିନ ପରେ ଚଳଚଞ୍ଚଳ ହୋଇ ଉଠିଥିବା ପୁଲିସ୍‌ ଆଜି ସକାଳୁ ସକାଳୁ ଜଗବନ୍ଧୁଙ୍କୁ ଉଠାଇ ନେଇ ଅଟକ ରଖିଛି। ଜଗବନ୍ଧୁ  […]

author-image
Niharika Rout
ଅଦ୍ୟତନ ହୋଇଛି
ହଠାତ୍‌ ପୁଲିସ୍‌ ହେଲା ଚଳଚଞ୍ଚଳ, ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଉଠାଇ ନେଲା

arrest

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ରଙ୍ଗଶାଳା ଖୋଲି ବହୁ ହାଇ ପ୍ରୋଫାଇଲ୍‌ ବ୍ୟକ୍ତିଙ୍କ ରାତି ରଙ୍ଗିନ କରୁଥିବା ବ୍ଲାକମେଲର କୁଇନ୍‌ ଅର୍ଚ୍ଚନା ନାଗ ଏବେ ଝାରପଡ଼ା ଜେଲ୍‌ରେ। ପ୍ରାୟ ୨ ସପ୍ତାହ ହେବ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରେ ବନ୍ଦୀ ଥିବା ବେଳେ ବାହାରେ ଖୁଲମଖୁଲା ବୁଲୁଥିଲା ତା’ ସ୍ୱାମୀ ଜଗବନ୍ଧୁ। ହେଲେ ହଠାତ୍‌  ଏତେ ଦିନ ପରେ ଚଳଚଞ୍ଚଳ ହୋଇ ଉଠିଥିବା ପୁଲିସ୍‌ ଆଜି ସକାଳୁ ସକାଳୁ ଜଗବନ୍ଧୁଙ୍କୁ ଉଠାଇ ନେଇ ଅଟକ ରଖିଛି।

Advertisment

ଜଗବନ୍ଧୁ  ନିଜ ସତ୍ୟବିହାରସ୍ଥିତ ଘରେ ଥିବା ବେଳେ କମିଶନରେଟ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳୁ ତାଙ୍କୁ ସେଠାରୁ ଉଠାଇ ନେଇ ଏକ ଗୁପ୍ତ ସ୍ଥାନରେ ରଖିଛି। ସେଠାରେ ତାଙ୍କୁ କିଛି ଉଚ୍ଚପଦସ୍ତ ଅଧିକାରୀ ପଚରାଉଚରା କରୁଥିବା ଜଣାଯାଇଛି । ଅର୍ଚ୍ଚନାର କଳା କାରନାମା ତଥା ଏତେ ବଡ଼ ସାମ୍ରାଜ୍ୟ ପଛରେ ଜଗବନ୍ଧୁର ଭୂମିକାକୁ ନେଇ ଏବେ ଘାଣ୍ଟୁଛି ପୁଲିସ୍‌।  ତାଙ୍କୁ ଏବେ ଅଟକ ରଖାଯାଇଥିବା ପୁଲିସ୍‌ ତରଫରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ, ହନିଟ୍ରାପ ,ସେକ୍ସ ସ୍କାଣ୍ଡାଲ୍‌ ଓ ବ୍ଲାକମେଲିଂ ଭଳି ସାଂଘାତିକ କାରନାମା ଘଟାଇ ଅଳ୍ପ କିଛି ବର୍ଷରେ  କୋଟି କୋଟିର ଟଙ୍କା ସମ୍ପତ୍ତିର ମାଲିକାଣୀ ହୋଇ ପାରିଥିଲା ଅର୍ଚ୍ଚନା। ସେ ସତ୍ୟବିହାରସ୍ଥିତ ଆଲିଶାନ ବଙ୍ଗଲାରେ ନିଜ  ସ୍ୱାମୀଙ୍କ ସହ ରହୁଥିଲା। ତେଣୁ ଜଗବନ୍ଧୁ ପତ୍ନୀଙ୍କ କାରନାମା ବିଷୟରେ ଅଜ୍ଞ ଥିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଏପରିକି ଅର୍ଚ୍ଚନାଙ୍କ ଘରକୁ କେଉଁ କେଉଁ ହାଇ ପ୍ରୋଫାଇଲ ଲୋକ ଥିଲେ, କେତେ ଟଙ୍କାରେ ଡିଲ୍‌ ଫାଇନାଲ ହେଉଥିଲା ସେସବୁଥିରେ ଜଗବନ୍ଧୁ ସାମିଲ ଥିବା ଅସମ୍ଭବ ନୁହେଁ।

Advertisment

ଅପରପକ୍ଷେ, ଅର୍ଚ୍ଚନାଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ପୀଡ଼ିତାଜଣକ ନିଜ ଅଭିଯୋଗପତ୍ରରେ ଜଗବନ୍ଧୁ ଓ ଖଗେଶ୍ୱରଙ୍କ ନାଁ ବି ଉଲ୍ଲେଖ କରିଥିଲେ। ହେଲେ ପୁଲିସ୍‌ କେବଳ ଥରେ ଜଗବନ୍ଧୁଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ସେତେବେଳେ ପୁଲିସ୍‌ ନିଜ ସଫେଇରେ କହିଥିଲା।

ହେଲେ ଏହି ମାମଲାରେ ପୁଲିସ୍‌ ନିଷ୍କ୍ରିୟତା ଅବଲମ୍ବନ କରୁଥିବା ନେଇ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ  ଏବେ ଚଳଚଞ୍ଚଳ ହୋଇ ଉଠିଛି। ଦୀର୍ଘ ଦିନ ହେଲା ଜଗବନ୍ଧୁ ବାହାରେ ଥିବା ବେଳେ ସେ ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଏବେ ତାଙ୍କୁ ପୁଲିସ୍‌ ଉଠାଇ ନେଇଥିବା ବେଳେ ତାଙ୍କ ନିକଟରୁ ସତ ଉଗାରି ପାରୁଛି ନା ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ ।

କମିଶନରେଟ ପୁଲିସ୍‌ ଅକ୍ଟୋବର ୭ ତାରିଖରୁ ଲେଡି ବ୍ଲାକେମଲର ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିବା ବେଳେ ଏବେ ସେ ଝାରପଡ଼ା ଜେଲ୍‌ରେ ବନ୍ଦୀ ଅଛନ୍ତି।ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଥିବାରୁ ଅର୍ଚ୍ଚନାଙ୍କ ଜେଲ୍‌ରୁ ମୁକୁଳିବା ଆଶା ଏବେ ମଉଳି ଯାଇଛି।