Advertisment

ଚାଷୀଙ୍କ ରଣହୁଙ୍କାର ଦେଖି ପୁଲିସ୍ ଛାନିଆ, ରାତାରାତି ଉଠାଇ ନେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିବା ନବ ନିର୍ମାଣ କୃଷକ ସଂଗଠନର କର୍ମୀଙ୍କ ରଣହୁଙ୍କାର ଦେଖି ଛାନିଆ ହେଲା ପୁଲିସ୍‌। ଗତକାଲି ପୁଲିସ୍‌ ସେମାନଙ୍କୁ ରାଜଧାନୀରେ ପଶିବାକୁ ଦେଇ ନ ଥିବା ବେଳେ ରାତାରାତି ବହୁ ନେତାଙ୍କୁ ବାଲିଅନ୍ତାରୁ ଉଠାଇ ନେଇଛି। ସେମାନଙ୍କ ମଧ୍ୟରେ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦଙ୍କ ସମତେ ଅନ୍ୟ ବହୁ ତୁଙ୍ଗ ନେତା ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ପଦଯାତ୍ରା […]

ଅଦ୍ୟତନ ହୋଇଛି
ଚାଷୀଙ୍କ ରଣହୁଙ୍କାର ଦେଖି ପୁଲିସ୍ ଛାନିଆ, ରାତାରାତି ଉଠାଇ ନେଲା

protest

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିବା ନବ ନିର୍ମାଣ କୃଷକ ସଂଗଠନର କର୍ମୀଙ୍କ ରଣହୁଙ୍କାର ଦେଖି ଛାନିଆ ହେଲା ପୁଲିସ୍‌। ଗତକାଲି ପୁଲିସ୍‌ ସେମାନଙ୍କୁ ରାଜଧାନୀରେ ପଶିବାକୁ ଦେଇ ନ ଥିବା ବେଳେ ରାତାରାତି ବହୁ ନେତାଙ୍କୁ ବାଲିଅନ୍ତାରୁ ଉଠାଇ ନେଇଛି। ସେମାନଙ୍କ ମଧ୍ୟରେ ଚାଷୀ ନେତା ଅକ୍ଷୟ କୁମାର, ଶେଷଦେବ ନନ୍ଦଙ୍କ ସମତେ ଅନ୍ୟ ବହୁ ତୁଙ୍ଗ ନେତା ଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ପଦଯାତ୍ରା ଶୋଭାଯାତ୍ରାରେ ଆସି ଚାଷୀ ସଂଗଠନର ସଦସ୍ୟମାନେ ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ପହଞ୍ଚିଥିଲେ । ସେମାନେ ଆଜି ରାଜଧାନୀରେ ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ଥିଲା । ମାତ୍ର  ରାଜଧାନୀକୁ ପ୍ରବେଶ ପୂର୍ବରୁ ପୁଲିସ ସେମାନଙ୍କୁ ସେହିଠାରେ ଅଟକାଇ ରଖିଥିଲା ।

[caption id="attachment_774828" align="aligncenter" width="650"]protest ଚାଷୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ ।[/caption]

Advertisment

ତେବେ ସେହିସ୍ଥାନରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ମନ୍ତ୍ରୀ କିମ୍ବା ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ଦାବି କରିଥିଲେ ସଂଗଠନର ନେତା । ତେବେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିନିଧି ଆସିନଥିଲେ । ଏପଟେ ରାତିରେ ପୁଲିସ ପହଞ୍ଚି ସମସ୍ତ ନେତାଙ୍କୁ ଉଠାଇ ନେଇଥିବାରୁ ଏହାର ଘୋର ବିରୋଧ କରିଛି ନବ ନିର୍ମାଣ କୃଷକ ସଂଗଠନ  ।

ଅକ୍ଟୋବର ୧୪ରୁ କଟକ ଜିଲ୍ଲା ଧାନମଣ୍ଡଳରୁ ଆରମ୍ଭ ହୋଇଥିବା ପଦଯାତ୍ରା ରାଲି ଆଜି ଭୁବନେଶ୍ୱରରେ ପହଞ୍ଚିବାର ଥିଲା । ୨୦ଟି ଜିଲ୍ଲାରୁ ଆସିଥିବା ହଜାର ହଜାର ଚାଷୀ ରାଜଧାନୀରେ ଆନ୍ଦୋଳନ କରିବା ସହ ସଂଗଠନର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ମାତ୍ର ତାହା ପୂର୍ବରୁ ସବୁ ଯୋଜନାକୁ ପଣ୍ଡ କରିଦେଲା ପୁଲିସ୍‌ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe