Advertisment

Police Action: ପଶ୍ଚିମବଙ୍ଗର ଦୁଇ ଅଧିକାରୀଙ୍କୁ ଅଟକ ଘଟଣା; ଗାଁର ୧୦୦ରୁ ଅଧିକ ଲୋକଙ୍କୁ ଉଠାଇ ନେଲା ପୁଲିସ

ଗତକାଲି ରାଇବଣିଆ ଥାନା ରାଜନଗର ପାଟଣାରେ ପଶ୍ଚିମବଙ୍ଗର ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହରେ ଅଟକ ରଖି ମାଡ଼ ମାରି ଥିଲେ ଗ୍ରାମବାସୀ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସକୁ ମଧ୍ୟ ଅଟକ ରଖିଥିଲେ ଲୋକେ।

author-image
Jitendra Garnayak
Police Station

ଏସଆଇଆର ସର୍ଭେ ପାଇଁ ଓଡ଼ିଶା ଭିତରକୁ ପଶି ଆସିଥିବା ଦୁଇ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ୧୦୦ରୁ ଅଧିକ ଲୋକଙ୍କୁ ଉଠାଇ ନେଇଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୁଲିସ।

Advertisment

ଗତକାଲି ରାଇବଣିଆ ଥାନା ରାଜନଗର ପାଟଣାରେ ପଶ୍ଚିମବଙ୍ଗର ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହରେ ଅଟକ ରଖି ମାଡ଼ ମାରି ଥିଲେ ଗ୍ରାମବାସୀ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୁଲିସକୁ ମଧ୍ୟ ଅଟକ ରଖିଥିଲେ ଲୋକେ। ଏହା ପରେ ବିଳମ୍ବିତ ରାତିରେ ଜଳେଶ୍ୱର ଓ ବସ୍ତା ସବ୍‌ଡିଭିଜନର ଥାନା ଅଧିକାରୀମାନଙ୍କ ସହିତ ୨ ପ୍ଲାଟୁନ ପୁଲିସ ଗାଁରେ ଚଢ଼ାଉ କରି ଶହେରୁ ଅଧିକ ମହିଳା ଓ ପୁରୁଷଙ୍କୁ ଉଠାଇ ନେଇଛନ୍ତି। 

ପଶ୍ଚିମବଙ୍ଗର ଏସ୍‌ଆଇଆର (SIR) କାର୍ଯ୍ୟରେ ନିୟୋଜିତ ଦୁଇ ଜଣ ବିଏଲଓ ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ରାଜନଗର ପାଟଣା ଗାଁ ଭିତରକୁ ପଶି ଆସିଥିଲେ। ଗାଁ ଲୋକେ ସେମାନଙ୍କୁ ପିଲା ଚୋର ସନ୍ଦେହରେ ଅଟକ ରଖିଥିଲେ ଓ ମାଡ଼ ମାରିଥିଲେ। 

Advertisment

ଖବର ପାଇ ରାଇବଣିଆ ଥାନା ପୁଲିସ ଏହି ଦୁଇ ଅଧିକାରୀଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ ପହଞ୍ଚିଥିଲା। ହେଲେ ପୁଲିସକୁ ଗାଁ ଲୋକେ ଘେରି ଯାଇଥିଲେ। ପୁଲିସ୍ ଗାଡ଼ିକୁ ଅଟକ ରଖିଥିଲେ। ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଗାଁରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ଜଳେଶ୍ୱର ଏସ୍‌ଡିପିଓ ଓ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପଶ୍ଚିମବଙ୍ଗର ଦୁଇ ବିଏଲଓଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।