ବିଦା ହେଲେ ବିକେ ଶର୍ମା, ଅଭୟ ହେବେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାତ୍ର ୩ମାସର ବ୍ୟବଧାନରେ ନାଟକୀୟ ଢଙ୍ଗରେ ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ଡିଜିପି ପଦରୁ ବିଦା ହେବାକୁ ପଡ଼ିଛି। ତାଙ୍କ ବିରୁଦ୍ଧରେ ଅନିୟମିତତାର ସଙ୍ଗୀନ ଅଭିଯୋଗ ଆସିଥିବା ଦର୍ଶାଇ ରାଜ୍ୟ ସରକାର ତାଙ୍କୁ ତକ୍ରାଳ ଡିଜିପି ପଦବୀରୁ ହଟାଇ ଦେଇଛନ୍ତି। ଏହାସହିତ ରାଜ୍ୟର ପରବର୍ତ୍ତୀ ଡିଜିପି ଭାବେ ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି। ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଡିଜିପି […]

bk-sharma

bk-sharma

Tapas Behera
  • Published: Wednesday, 20 November 2019
  • Updated: 20 November 2019, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାତ୍ର ୩ମାସର ବ୍ୟବଧାନରେ ନାଟକୀୟ ଢଙ୍ଗରେ ବରିଷ୍ଠ ଆଇପିଏସ୍ ବିଜୟ କୁମାର ଶର୍ମାଙ୍କୁ ଡିଜିପି ପଦରୁ ବିଦା ହେବାକୁ ପଡ଼ିଛି। ତାଙ୍କ ବିରୁଦ୍ଧରେ ଅନିୟମିତତାର ସଙ୍ଗୀନ ଅଭିଯୋଗ ଆସିଥିବା ଦର୍ଶାଇ ରାଜ୍ୟ ସରକାର ତାଙ୍କୁ ତକ୍ରାଳ ଡିଜିପି ପଦବୀରୁ ହଟାଇ ଦେଇଛନ୍ତି। ଏହାସହିତ ରାଜ୍ୟର ପରବର୍ତ୍ତୀ ଡିଜିପି ଭାବେ ୧୯୮୬ ବ୍ୟାଚ୍ ଆଇପିଏସ୍ ଅଭୟ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।

ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ଡିଜିପି ଦାୟିତ୍ୱରେ ଥିବା ବିକେ ଶର୍ମାଙ୍କୁ ତକ୍ରାଳ ଡିଜିପି ପଦରୁ ହଟାଇ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ସତ୍ୟଜିତ୍ ମହାନ୍ତିଙ୍କୁ ଅସ୍ଥାୟୀ ଡିଜିପି ଭାବେ କେନ୍ଦ୍ରୀୟ ଡେପୁଟେସନରୁ ଆଇପିଏସ୍ ଅଭୟ ଫେରିବା ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ଓ ଜାତୀୟ ପୁଲିସ ଏକାଡେମୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଡିଜିପି ଶ୍ରୀ ଶର୍ମାଙ୍କୁ ତକ୍ରାଳ ହଟାଇବା ସହ ରାଜ୍ୟ ସରକାର ମଧ୍ୟ ବରିଷ୍ଠ ଆଇପିଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ସତ୍ୟଜିତ୍ ମହାନ୍ତିଙ୍କୁ ଗୁଇନ୍ଦା ଡିଜି ଭାବେ ଅବସ୍ଥାପିତ କରିଥିବାବେଳେ ସେଠାରେ ଥିବା ଆଇପିଏସ୍ ସୁନୀଲ ରଏଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ବଦଳି କରିଛନ୍ତି ।

ଏହାବ୍ୟତୀତ ଡିଜିପି ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ଆସିଥିବା ବିଭିନ୍ନ ଅନିୟମିତତାର ତଦନ୍ତ ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି ଗଠନ ହୋଇଛି । କମିଟିରେ ଉନ୍ନୟନ କମିଶନର ଓ ଗୃହ ସଚିବ ସଦସ୍ୟ ଅଛନ୍ତି । ବିଭିନ୍ନ ସଂସ୍ଥାକୁ ଅଗ୍ନିଶମ ପ୍ରମାଣପତ୍ର ଦେବାରେ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବ କରିଥିବାର ଅଧିକାଂଶ ଅଭିଯୋଗ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ଆସିଥିଲା । ଶ୍ରୀ ଶର୍ମା ଗତ ୨ବର୍ଷ ଧରି ଅଗ୍ନିଶମ ବାହିନୀର ଡିଜି ଭାବେ କାର୍ଯ୍ୟ କରୁଥିଲେ ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନୂଆ ଡିଜିପି ଚୟନ ନେଇ ଗତ ୧୩ତାରିଖରେ କେନ୍ଦ୍ର ଲୋକସେବା ଆୟୋଗଙ୍କ ଚୟନ କମିଟି ପକ୍ଷରୁ ନୂଆଦିଲ୍ଲୀରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । କେନ୍ଦ୍ର ଲୋକସେବା ଆୟୋଗ ପକ୍ଷରୁ ଡିଜିପି ପଦ ପାଇଁ ୩ଜଣିଆ ଆଇପିଏସଙ୍କ ତାଲିକା ଗତକାଲି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଥିଲା । ବରିଷ୍ଠତା ଦୃଷ୍ଟିରୁ ଅଭୟ, ପ୍ରଦୀପ କାପୁର ଓ ବିଜୟ କୁମାର ଶର୍ମାଙ୍କ ନାଁ ଉପରେ ବିଚାର ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଥିଲା । ତେବେ ଆଜି ରାଜ୍ୟ ସରକାର ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାବେଳେ ଅଭୟଙ୍କୁ ରାଜ୍ୟର ପରବର୍ତ୍ତୀ ଡିଜିପି ପଦରେ ଆସୀନ କରାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅଭୟ ୨୦୨୧ ଜୁନ୍ ମାସରେ ସରକାରୀ ଚାକିରିରୁ ଅବସର ନେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story