Advertisment

ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ଅଭୟ

ମାଲକାନଗିରି (ଓଡ଼ିଶା ରିପୋର୍ଟର)  ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ଅଭୟ ପହଞ୍ଚିଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି ଡିଜି । BSF କ୍ୟାମ୍ପରେ ପହଂଚି  ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଯବାନମାନଙ୍କୁ ସମ୍ବୋଧିତ  କରିବା ସହ ଯବାନଙ୍କ ସହିତ ଆଲୋଚନା କରିଥିଲେ ଅଭୟ । ସଫଳତାର ଶ୍ରେୟ ସେ ଯବାନମାନଙ୍କୁ ଦେଇଥିଲେ । ଏଥି ସହିତ ଆଗାମୀ ଦିନରେ  କିପରି […]

author-image
Tapas Behera
ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ଅଭୟ

abhaya

ମାଲକାନଗିରି (ଓଡ଼ିଶା ରିପୋର୍ଟର)  ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ଅଭୟ ପହଞ୍ଚିଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି ଡିଜି । BSF କ୍ୟାମ୍ପରେ ପହଂଚି  ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଯବାନମାନଙ୍କୁ ସମ୍ବୋଧିତ  କରିବା ସହ ଯବାନଙ୍କ ସହିତ ଆଲୋଚନା କରିଥିଲେ ଅଭୟ । ସଫଳତାର ଶ୍ରେୟ ସେ ଯବାନମାନଙ୍କୁ ଦେଇଥିଲେ ।

Advertisment

ଏଥି ସହିତ ଆଗାମୀ ଦିନରେ  କିପରି ମାଓ ଦମନ ଅଭିଯାନକୁ ଆହୁରି ଜୋରଦାର କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ଗତକାଲି ସ୍ୱାଭିମାନ ଅଂଚଳର ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଗାଜୁଲମାମୁଡ଼ି ପଂଚାୟତର ସୁନାରାମ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହଁମୁହି ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁହୋଇଥିଲା ।