ମାଲକାନଗିରି (ଓଡ଼ିଶା ରିପୋର୍ଟର) ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଲିସ ଡିଜି ଅଭୟ ପହଞ୍ଚିଛନ୍ତି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି ଡିଜି । BSF କ୍ୟାମ୍ପରେ ପହଂଚି ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ଥିବା ଯବାନମାନଙ୍କୁ ସମ୍ବୋଧିତ କରିବା ସହ ଯବାନଙ୍କ ସହିତ ଆଲୋଚନା କରିଥିଲେ ଅଭୟ । ସଫଳତାର ଶ୍ରେୟ ସେ ଯବାନମାନଙ୍କୁ ଦେଇଥିଲେ ।
ଏଥି ସହିତ ଆଗାମୀ ଦିନରେ କିପରି ମାଓ ଦମନ ଅଭିଯାନକୁ ଆହୁରି ଜୋରଦାର କରାଯିବ ସେନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା କହିଛନ୍ତି। ଗତକାଲି ସ୍ୱାଭିମାନ ଅଂଚଳର ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଗାଜୁଲମାମୁଡ଼ି ପଂଚାୟତର ସୁନାରାମ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହଁମୁହି ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁହୋଇଥିଲା ।