malkan-2-1-1
ମାଲକାନିଗିରି(ଜିତେନ୍ଦ୍ର ବେଉରା): କଣ୍ଟେନମେଣ୍ଟ ଜୋନକୁ ନେଇ ବିବାଦ। ଶେଷରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୁଲିସ୍ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିରେ । କେବଳ ମାଜିଷ୍ଟ୍ରେଟ ନୁହନ୍ତି ସେଠାରେ ଉପସ୍ଥିତ ସମସ୍ତ ଓକିଲଙ୍କୁ ମଧ୍ୟ କୋର୍ଟ ଭିତରକୁ ଯିବା ପାଇଁ ପୁଲିସ୍ ଛାଡ଼ି ନ ଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ମାଲକାନିଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ହେବା ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଗତକାଲି ଏହି କଟକଣା ଅବଧି ଶେଷ ହୋଇଯାଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟାରେ ଜଜ୍ ଓ ଓକିଲ କୋର୍ଟ ସମ୍ମୁଖରେ ପହଞ୍ଚିଥିଲେ। ହେଲେ ସେଠାରେ ଉପସ୍ଥିତ ପୁଲିସ୍ ସେମାନଙ୍କୁ ଭିତରକୁ ଛାଡ଼ି ନ ଥିଲା।
/odisha-reporter/media/post_attachments/wp-content/uploads/2020/07/malkan-3-1.jpg)
କଣ୍ଟେନମେଣ୍ଟ ଅବଧି ବଢ଼ିଥିବା ପୁଲିସ୍ କହିଥିବା ବେଳେ ଏ ସମ୍ପର୍କୀତ ଚିଠି କିନ୍ତୁ ଦେଖାଇ ପାରି ନ ଥିଲା। ଯାହାକୁ ନେଇ ଓକିଲ, ଜଜ ଓ ପୁଲିସ୍ ପ୍ରଶାସନ ମଧ୍ୟରେ ତୁ ତୁ ମେଁ ମେଁ ଲାଗିଥିଲା।
ମଧ୍ୟାହ୍ନ ୧୨ଟା ସମୟରେ ପୁଲିସ୍ ଓ ପ୍ରଶାସନ ପକ୍ଷରୁ ଅବଧି ବଢ଼ିଥିବାର ଚିଠି ଦେଖାଇବା ପରେ ଜଜ୍ ଓ ଓକିଲ ଘଟଣାସ୍ଥଳ ଛାଡ଼ି ଯାଇଥିଲେ। ଜଜ୍ ଓ ଓକିଲଙ୍କୁ ୨ ଘଣ୍ଟା ଧରି ବ୍ୟାରିକେଡ ନିକଟରେ ଛିଡ଼ା କରାଇବା ସହ ଚିଠି ଦେଖାଇ ନ ପାରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/malkan-2-1-1.jpg)