ଖସି ପଳାଉଥିଲା, ପୁଲିସ୍‌ ମାରିଲା ଗୁଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁଷୁରାଛକ ଠାରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣାକୁ ଏନ୍‌କାଉଣ୍ଟର କରିଛି ପୁଲିସ୍‌। ତା’ ବାମ ଗୋଡରେ ଗୁଳି ବାଜିଛି। ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗତକାଲି କ୍ରିଷ୍ଣାକୁ ଗିରଫ କରିବା ପାଇଁ ପୁଲିସ୍‌ ଯୋଜନାବଦ୍ଧ ଭାବେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖି କ୍ରିଷ୍ଣା ଖସି ଯିବାକୁ ଉଦ୍ୟମ କରିବା ସହ ପ୍ରଥମେ ଗୁଳି ଚଳାଇଥିଲା। […]

encounter

encounter

Rakesh Mallick
  • Published: Monday, 04 February 2019
  • Updated: 04 February 2019, 01:55 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁଷୁରାଛକ ଠାରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣାକୁ ଏନ୍‌କାଉଣ୍ଟର କରିଛି ପୁଲିସ୍‌। ତା’ ବାମ ଗୋଡରେ ଗୁଳି ବାଜିଛି। ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଗତକାଲି କ୍ରିଷ୍ଣାକୁ ଗିରଫ କରିବା ପାଇଁ ପୁଲିସ୍‌ ଯୋଜନାବଦ୍ଧ ଭାବେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖି କ୍ରିଷ୍ଣା ଖସି ଯିବାକୁ ଉଦ୍ୟମ କରିବା ସହ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସ୍‌ର ପାଲଟା ଗୁଳିମାଡ଼ରେ ତା’ ଗୋଡରେ ଆଘାତ ଲାଗିଥିଲା।

କ୍ରିଷ୍ଣାର ନାଁରେ ବିଭିନ୍ନ ସ୍ଥାନରେ ଡକାୟତି ମାମଲା ରହିଛି। ଦେଓଗାଁ ବଡବନ୍ଧର ଆନ୍ଧ୍ର ବ୍ୟାଙ୍କର ୧୯ ଲକ୍ଷ ଟଙ୍କା, ସଇଁନ୍ତଲା ମଦଭାଟି ମ୍ୟାନେଜରଙ୍କ ଠାରୁ ତିନି ଲକ୍ଷ ଟଙ୍କା ଡକାୟତି ଘଟଣାରେ ସେ ସମ୍ପୃକ୍ତି ଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos