Advertisment

ସୌମ୍ୟଙ୍କ ପତ୍ନୀ ଓ ଡିଏଫଓଙ୍କ ସମେତ ୩ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ

ପାରଳାଖେମୁଣ୍ଡି (ଆଦର୍ଶ ଦାଶ):  ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପାରଳାଖେମୁଣ୍ଡି ପୁଲିସ୍‌। ଏହି ଅଭିଯୁକ୍ତମାନେ ହେଲେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ। ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହି ତିନି ଜଣ ଷଡ଼ଯନ୍ତ୍ର କରି ତାଙ୍କ […]

ଅଦ୍ୟତନ ହୋଇଛି
ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଲେ ପତ୍ନୀ

Victim & Accussed

Advertisment

ପାରଳାଖେମୁଣ୍ଡି (ଆଦର୍ଶ ଦାଶ):  ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପାରଳାଖେମୁଣ୍ଡି ପୁଲିସ୍‌। ଏହି ଅଭିଯୁକ୍ତମାନେ ହେଲେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ। ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହି ତିନି ଜଣ ଷଡ଼ଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ସେ ଗତକାଲି ଏଫ୍‌ଆଇଆର ଦେଇଥିଲେ।

Advertisment

ବୋହୂ ବିଦ୍ୟା ଭାରତୀ ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଅନୈତିକ ସଂପର୍କ ଥିବା ନେଇ ସୌମ୍ୟରଞ୍ଜନଙ୍କ ବାପା ତାଙ୍କ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି। ଅଭିରାମଙ୍କ ଅଭିଯୋଗ ଅନୁଯାୟୀ, ଡିଏଫଓ ତାଙ୍କ ପୁଅ ସୌମ୍ୟରଞ୍ଜନଙ୍କ କ୍ୱାର୍ଟର୍ସକୁ ଯାଉଥିଲେ। ତାଙ୍କ ବୋହୂ ବିଦ୍ୟା ଭାରତୀଙ୍କ ସହିତ ଡିଏଫ୍‌ଓଙ୍କର ସଂପର୍କ ଥିଲା। ଏହି ଦୁଇ ଜଣଙ୍କୁ ସୌମ୍ୟଙ୍କ ଘରେ ରୋଷେଇ କରୁଥିବା ଗାର୍ଡ ସହଯୋଗ କରୁଥିଲେ। ଏମିତିକି ବିଭିନ୍ନ ଆଳ ଦେଖାଇ ସୌମ୍ୟରଞ୍ଜନଙ୍କୁ ରାତି ଡ୍ୟୁଟି ଦିଆଯାଉଥିଲା। ଏସବୁ ସଂପର୍କରେ ନିଜେ ସୌମ୍ୟରଞ୍ଜନ ତାଙ୍କୁ କହିଥିବା ଅଭିରାମ କହିଛନ୍ତି।

ଅଭିରାମ ଏଫ୍‌ଆଇଆରରେ ଆହୁରି ଦର୍ଶାଇଛନ୍ତି ଯେ ତାଙ୍କ ବୋହୂ ଓ ଡିଏଫ୍‌ଓଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ବିଷୟରେ ଜାଣିବା ପରେ ସୌମ୍ୟରଞ୍ଜନ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ତାଙ୍କୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଇଥିଲା। ଏଥିପାଇଁ ସେ ବାରିପଦାକୁ ବଦଳି ହୋଇ ଚାଲି ଯିବାକୁ ଚାହୁଁଥିଲେ।

Advertisment

ଅନ୍ୟପକ୍ଷରେ ଅଭିରାମଙ୍କ ଏହି ସବୁ ଅଭିଯୋଗକୁ ତାଙ୍କ ବୋହୂ ବିଦ୍ୟା ଭାରତୀ ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ମହାପାତ୍ର ଖଣ୍ଡନ କରିଛନ୍ତି। ସେହିଭଳି ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭ କହିଛନ୍ତି ଯେ ଏହି ଘଟଣା ଘଟିବା ସମୟରେ ସେ ନିକଟସ୍ଥ ଅନ୍ୟ ଜଣେ ଏସିଏଫ୍‌ଙ୍କ ଘରେ ଥିଲେ। ପାଟି ଶୁଣି ସେଠାକୁ ଦୌଡ଼ି ଯାଇଥିଲା। ସେ ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ। ୧୩ ତାରିଖରେ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ACFO Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe