Advertisment

ପ୍ରବାସୀ ଶ୍ରମିକଙ୍କୁ ବସ୍‌ ଯୋଗେ ଗାଁକୁ ପଠାଇଲା ପୁଲିସ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦେବଗଡ଼ ଜିଲ୍ଲା ବାରକୋଟରେ କାମ କରୁଥିବା ୨୧ ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ୍‌ ପୁଲିସ୍‌ ଏକ ବସ୍‌ ଯୋଗେ ସେମାନଙ୍କ ଗାଁ ଉତ୍ତରପ୍ରଦେଶର ଫତେପୁରକୁ ପଠାଇ ଦେଇଛି। ଏହି ଶ୍ରମିକମାନେ ବାରକୋଟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାମ କରୁଥିଲେ। ଲକ୍‌ଡାଉନ୍‌ ପରେ ଠିକାଦାର ଏହି ଶ୍ରମିକମାନଙ୍କ କଥା ବୁଝି ନଥିଲେ। ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରି ନଥିଲେ କି ଟଙ୍କା ମଧ୍ୟ ଦେଇ ନଥିଲେ। ତେଣୁ ଶ୍ରମିକମାନେ ନିଜ […]

ଅଦ୍ୟତନ ହୋଇଛି
ପ୍ରବାସୀ ଶ୍ରମିକଙ୍କୁ ବସ୍‌ ଯୋଗେ ଗାଁକୁ ପଠାଇଲା ପୁଲିସ୍‌

bus

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦେବଗଡ଼ ଜିଲ୍ଲା ବାରକୋଟରେ କାମ କରୁଥିବା ୨୧ ଜଣ ପ୍ରବାସୀ ଶ୍ରମିକଙ୍କୁ ରାଉରକେଲା ପ୍ଲାଣ୍ଟସାଇଟ୍‌ ପୁଲିସ୍‌ ଏକ ବସ୍‌ ଯୋଗେ ସେମାନଙ୍କ ଗାଁ ଉତ୍ତରପ୍ରଦେଶର ଫତେପୁରକୁ ପଠାଇ ଦେଇଛି। ଏହି ଶ୍ରମିକମାନେ ବାରକୋଟରେ ଜାତୀୟ ରାଜପଥ ସମ୍ପ୍ରସାରଣ କାମ କରୁଥିଲେ।

Advertisment

ଲକ୍‌ଡାଉନ୍‌ ପରେ ଠିକାଦାର ଏହି ଶ୍ରମିକମାନଙ୍କ କଥା ବୁଝି ନଥିଲେ। ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରି ନଥିଲେ କି ଟଙ୍କା ମଧ୍ୟ ଦେଇ ନଥିଲେ। ତେଣୁ ଶ୍ରମିକମାନେ ନିଜ ଗାଁକୁ ଚାଲି ଚାଲି ଯିବା ପାଇଁ ଚିନ୍ତା କରିଥିଲେ। ସେମାନେ ୧୭ ତାରିଖ ଦିନ  ଚାଲି ଚାଲି ଉତ୍ତରପ୍ରଦେଶ ବାହାରିଥିଲେ। ତେବେ ରାଉରକେଲା ବିଶ୍ରା ଛକରେ ପ୍ଲାଣ୍ଟସାଇଟ ଥାନା ପୁଲିସ୍‌ ସେମାନଙ୍କୁ ଗତକାଲି ରାତିରେ ଅଟକାଇଥିଲେ। ଏହାସହ ସେମାନଙ୍କୁ ଖାଇବାକୁ ଦେଇଥିଲେ। ଏହାପରେ ଆଜି ସକାଳେ ଏକ ବସ୍‌ ଯୋଗେ ସେମାନଙ୍କୁ ଉତ୍ତରପ୍ରଦେଶ ପଠାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe