Advertisment

ଲାଞ୍ଚ ମାଗି ନିଲମ୍ୱିତ ହେଲେ ପୁଲିସ ବାବୁ

ଝାରସୁଗୁଡ଼ା (ଭାଗିରଥି ସାହୁ): ଲାଞ୍ଚ ମାଗିବା ଅଭିଯୋଗରେ ବନହରପାଲି ଥାନା ପୁଲିସ ଇନସ୍ପେକ୍ଟରଙ୍କୁ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଚାକିରିରୁ ନିଲମ୍ୱନ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ୱନ ହୋଇଥିବା ପୁଲିସ ଇନସ୍ପେକ୍ଟରଙ୍କ ନାମ ପରକ୍ଷିତ ସାହୁ। ଜଣେ ଟାଟା ମ୍ୟାଜିତ୍‌ ଗାଡ଼ି ମାଲିକଙ୍କ ଜବତ ଗାଡ଼ି ଛାଡ଼ିବା ପାଇଁ କିଛି ଦିନ ତଳେ ପରକ୍ଷିତ ଲାଞ୍ଚ ମାଗିଥିଲେ। ଯାହାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ଝାରସୁଗୁଡ଼ା ଏସ୍‌ପି ତାଙ୍କୁ ନିଲମ୍ବିତ କରିଛନ୍ତି। ଏ […]

ଲାଞ୍ଚ ମାଗି ନିଲମ୍ୱିତ ହେଲେ ପୁଲିସ ବାବୁ

si

Advertisment

ଝାରସୁଗୁଡ଼ା (ଭାଗିରଥି ସାହୁ): ଲାଞ୍ଚ ମାଗିବା ଅଭିଯୋଗରେ ବନହରପାଲି ଥାନା ପୁଲିସ ଇନସ୍ପେକ୍ଟରଙ୍କୁ ଏସ୍‌ପି ଅଶ୍ୱିନୀ କୁମାର ମହାନ୍ତି ଚାକିରିରୁ ନିଲମ୍ୱନ ନିର୍ଦ୍ଦେଶ ଦେଇଛନ୍ତି। ନିଲମ୍ୱନ ହୋଇଥିବା ପୁଲିସ ଇନସ୍ପେକ୍ଟରଙ୍କ ନାମ ପରକ୍ଷିତ ସାହୁ।

Advertisment

ଜଣେ ଟାଟା ମ୍ୟାଜିତ୍‌ ଗାଡ଼ି ମାଲିକଙ୍କ ଜବତ ଗାଡ଼ି ଛାଡ଼ିବା ପାଇଁ କିଛି ଦିନ ତଳେ ପରକ୍ଷିତ ଲାଞ୍ଚ ମାଗିଥିଲେ। ଯାହାର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ଝାରସୁଗୁଡ଼ା ଏସ୍‌ପି ତାଙ୍କୁ ନିଲମ୍ବିତ କରିଛନ୍ତି।

ଏ ନେଇ ଏସ୍‌ପି କହିଛନ୍ତି, ଆସନ୍ତା ୨ ତାରିଖରୁ ମୋ ସରକାର ଲଞ୍ଚ୍‌ ହେବାକୁ ଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ସବୁ କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରଖିବା। ଲୋକଙ୍କର ସେବା ପାଇଁ ମୁଖ୍ୟମନ୍ତ୍ରୀ ଏହାକୁ ଲଞ୍ଚ୍‌ କରୁଛନ୍ତି। ଗାଡ଼ିକୁ ରିଲିଜ୍‌ କରିବା ପାଇଁ ବନହରପାଲୀ ଥାନା ଇନସ୍ପେକ୍ଟର ଲାଞ୍ଚ ମାଗୁଥିବା ଆମେ ଏକ ଭିଡିଓ କ୍ଲିପ୍‌ ପାଇଥିଲୁ। ତେଣୁ ସରକାରଙ୍କ ମୋ ସରକାର ଯୋଜନାକୁ ସଫଳ କକିବା ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗରୁ ତାଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା। କିନ୍ତୁ ପ୍ରମାଣ ଅଭାବରୁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲୁ। କାହାର ସାମାନ୍ୟ ଭୁଲ୍‌ ଥିବା ଜଣାପଡ଼ିଲେ, ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe