Advertisment

୬୦ ଲକ୍ଷ ଲୁଟ୍ ମାମଲାରେ ତିନି ଅଟକ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲା ଉପରୁ ଧୀରେ ଧୀରେ ପରଦା ଉଠୁଛି। ଏହି ମାମଲାରେ ବୈଦେଶ୍ୱର ଗାଁର ତିନି ଜଣଙ୍କୁ ଅଟକ ରଖି ବେଗୁନିଆ ପୁଲିସ୍‌ ପଚରାଉଚରା କରୁଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ଗାଡ଼ିର ଡ୍ରାଇଭର ଅଛନ୍ତି। ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ କାର୍‌ରେ ୬୦ ଲକ୍ଷ ଟଙ୍କା ନେଇଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା […]

author-image
Manoranjan Sial
୬୦ ଲକ୍ଷ ଲୁଟ୍ ମାମଲାରେ ତିନି ଅଟକ

Police-interrogating-three-persons-including-driver-of-the-car-from-which-60-lakh-rupees-were-looted

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲା ଉପରୁ ଧୀରେ ଧୀରେ ପରଦା ଉଠୁଛି। ଏହି ମାମଲାରେ ବୈଦେଶ୍ୱର ଗାଁର ତିନି ଜଣଙ୍କୁ ଅଟକ ରଖି ବେଗୁନିଆ ପୁଲିସ୍‌ ପଚରାଉଚରା କରୁଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ଗାଡ଼ିର ଡ୍ରାଇଭର ଅଛନ୍ତି।

Advertisment

ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ କାର୍‌ରେ ୬୦ ଲକ୍ଷ ଟଙ୍କା ନେଇଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ କୌଣସି ସୂତ୍ରରୁ ଖବର ପାଇ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ଘର ପଛ ପଟୁ ଲୁଟ୍ ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇଥିଲା। ଏଥିରେ ୨୭ ଲକ୍ଷ ଟଙ୍କା ଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇଜି ସୋମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଏସ୍‌ପି, ଏସ୍‌ଡିପିଓଙ୍କ ସହ ବେଗୁନିଆ ଥାନାଧିକାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।

Advertisment

ଆଜି ବେଗୁନିଆ ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।