Advertisment

ପ୍ରକୃତିଙ୍କୁ ଜେରା କଲା ପୁଲିସ୍‌; ମନ୍ନଥ କହିଲେ- ବାବୁ ତାଙ୍କ ଘରକୁ ଫେରି ସୁଖର ସଂସାର ଗଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାବୁଶାନ-ତୃପ୍ତି-ପ୍ରକୃତି କଳି ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିଛି। ଖାରବେଳନଗର ଥାନା ଆଇଆଇସି ଓ ଲେଡି ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ। ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ […]

ଅଦ୍ୟତନ ହୋଇଛି
ପ୍ରକୃତିଙ୍କୁ ଜେରା କଲା ପୁଲିସ୍‌; ମନ୍ନଥ କହିଲେ- ବାବୁ ତାଙ୍କ ଘରକୁ ଫେରି ସୁଖର ସଂସାର ଗଢ଼ନ୍ତୁ

babusan & prakruti

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାବୁଶାନ-ତୃପ୍ତି-ପ୍ରକୃତି କଳି ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାର ୩ ଦିନ ପରେ ବି ବାବୁଶାନ ଓଡ଼ିଶା ଫେରି ନ ଥିବା ବେଳେ ଘରକୁ ଫେରିଛନ୍ତି ପ୍ରକୃତି ମିଶ୍ର । ପ୍ରକୃତି ଚେନ୍ନାଇରୁ ଫେରିଥିବା ବେଳେ ଆଜି ଖାରବେଳନଗର ଥାନା ପୁଲିସ୍‌ ତାଙ୍କୁ ପଚରାଉଚରା କରିଛି।

Advertisment

ଖାରବେଳନଗର ଥାନା ଆଇଆଇସି ଓ ଲେଡି ତଦନ୍ତକାରୀ ଅଧିକାରୀ ଆଜି ସତ୍ୟବିହାରସ୍ଥିତ ପ୍ରକୃତିଙ୍କ ଘରେ ପହଞ୍ଚିଥିଲେ। ବାବୁଶାନଙ୍କ ପତ୍ନୀ ତୃପ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍‌ ସେଠାକୁ ଯାଇ ପ୍ରାୟ ଘଣ୍ଟାଏ କାଳ ପ୍ରକୃତିଙ୍କୁ ପଚରାଉଚରା କରିଥିଲା।

ତୃପ୍ତି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରକୃତି ବାବୁଶାନଙ୍କୁ ବ୍ଲାକମେଲ କରିବା ସହ ନିଶାଶକ୍ତ କରାଇଛନ୍ତି । ତାଙ୍କୁ ବିଭିନ୍ନ ସମୟରେ ଧମକ ଦେବା ସହ ତାଙ୍କ ଟଙ୍କା ଖର୍ଚ୍ଚ କରୁଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଥିବା ବେଳେ ଏଥିରେ ସେ ସହଯୋଗ କରିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

Advertisment

[caption id="attachment_752044" align="aligncenter" width="650"]police ପ୍ରକୃତିଙ୍କୁ ପଚରାଉଚରେ ପରେ ତାଙ୍କ ଘରୁ ବାହାରୁଛି ପୁଲିସ୍‌।[/caption]

ଏହି ଘଟଣାରେ ପ୍ରକୃତିଙ୍କ ପିତା ମନ୍ନଥ ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ପୁଲିସ ଆମ ଉପସ୍ଥିତିରେ ପ୍ରକୃତିକୁ ପଚରାଉଚରା କରିଛି।  ଯାହା ଉତ୍ତର ଦେବା କଥା ପ୍ରକୃତି ଦେଇ ସାରିଛି।  ମୁଁ ଆଇନ ଉପରେ ସବୁ ଛାଡ଼ି ଦେଇଛି।  ଆମେ ଚେନ୍ନାଇରେ ବାବୁଶାନ୍‌ଙ୍କୁ ଭେଟିଥିଲୁ। ମୁଁ ଚାହୁଁଛି ବାବୁ ତାଙ୍କ ପରିବାର ପାଖକୁ ଫେରି ସୁଖର ସଂସାର କରନ୍ତୁ। ସେ ଆହୁରି କହିଛନ୍ତି, ମୋ ଝିଅ ପ୍ରକୃତି ତା’ ପରିବାର ସହ ଅଛି।  ସେ ମାନସିକ ସ୍ତରରେ ଶାନ୍ତିରେ ଅଛି।

ପ୍ରକୃତି ଚେନ୍ନାଇରେ ଥିବା ବେଳେ ଗତକାଲି ତାଙ୍କ ବାପାମା’ ସେଠାକୁ ଯାଇଥିଲେ। ସେଠାରୁ ସେମାନେ ପ୍ରକୃତିଙ୍କୁ ନେଇ ଆଜି ସକାଳେ ଭୁବନେଶ୍ୱର ଫେରିଥିଲେ। ତେବେ ବାବୁଶାନ କୁଆଡ଼େ ଗଲେ, ସେ ଏବେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନାହିଁ।

‘ଦମନ’ ଫିଲ୍ମର ପ୍ରମୋସନ ପାଇଁ ବାବୁଶାନ ଚେନ୍ନାଇ ଯାଇଥିବା ବେଳେ ଫିଲ୍ମର ଟିମ୍‌ ଆଜି ଭୁବନେଶ୍ୱର ଫେରି ଆସିଛି। ବାବୁଶାନ ହୋଟେଲରୁ ଚେକ୍‌ଆଉଟ୍‌ କରି କେଉଁଆଡ଼େ ଚାଲି ଯାଇଥିବା ବେଳେ ଏବେ ସେ କେଉଁଠି ଅଛନ୍ତି ସେ ସମ୍ପର୍କରେ କାହା ପାଖରେ ସଠିକ୍‌ ସୂଚନା ନ ଥିବା ଜଣାଯାଇଛି।

ପ୍ରକୃତିଙ୍କ ସମେତ ପୁଲିସ୍‌ ଏହି ଘଟଣାରେ ସମୁଦାୟ ୮ ଜଣଙ୍କୁ ପଚରାଉଚରା କରିସାରିଥିବା ବେଳେ ବାବୁଶାନ କେବେ ଫେରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe