/odisha-reporter/media/post_attachments/uploads/2022/10/babu.jpg)
babu
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ ବିରୋଧରେ କଟକ କମିଶନରେଟ୍ ପୁଲିସ୍ ତଡ଼ିପାର ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଭୁବନେଶ୍ୱର କମିଶନରେଟ ପୁଲିସ୍ ସଂଗ୍ରାମ କେଶୀର ପ୍ରଧାନ ଓରଫ ବାବୁ ବିରୋଧରେ ସମାନ ପଦକ୍ଷେପ ନେଇଛି। ବାବୁ ଜଣେ ପେଶାଦାର ଅପରାଧୀ ହୋଇଥିବା ବେଳେ ଲୋକଙ୍କୁ ଧମକ ଚମକ ଦେଇ ବଟି ଆଦାୟ କାମରେ ଲିପ୍ତ ଥିଲା।
ଏଥିପାଇଁ ଭୁବନେଶ୍ୱର କମିଶନରେଟ ପୁଲିସ୍ ତା’କୁ ତଡ଼ିପାର ନିର୍ଦ୍ଦେଶ ଦେଇଛି। ୩୯ ବର୍ଷୀୟ ବାବୁ ଭୁବନେଶ୍ୱରର ଲକ୍ଷ୍ମୀସାଗର ଅନ୍ତର୍ଗତ ଲେଙ୍କା ସାହିର ପ୍ଲଟ ନମ୍ବର ୧୩୯ରେ ରହୁଛି। ସେ ଜଣେ ଅଭ୍ୟାସଗତ ଓ ପେଶାଦାର ଅପରାଧୀ। ୨୦୧୨ରୁ ୨୦୨୨ ମଧ୍ୟରେ ତା’ ନାଁରେ ଲକ୍ଷ୍ମୀସାଗର ଥାନାରେ ୧୧ଟି ଅପରାଧିକ ମାମଲା ରୁଜୁ କରାଯାଇଛି।
ସେ କୌଣସି କାମଧନ୍ଦା ନ କରି କେବଳ ନିରୀହ ଜନତାଙ୍କୁ ଭୟଭୀତ କରେ। ସେ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ବଟି ଆଦାୟ କରୁଥିଲା। ଏହି ଅର୍ଥରେ ସେ ମଉଜ କରିବା ସହ ନିଜ ଅପରାଧିକ ନେଟୱର୍କକୁ ବଢ଼ାଉଥିଲା। ତା’ର ଉପସ୍ଥିତି ଲକ୍ଷ୍ମୀସାଗର ଅଞ୍ଚଳ ଓ ରାଜଧାନୀରେ ରହୁଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିଲେ। ଲୋକମାନେ ଭୟଭୀତ ମଧ୍ୟ ରହୁଛନ୍ତି। ତେଣୁ ସ୍ୱତନ୍ତ୍ର ଆଇନ ବଳରେ ବାବୁ ବିରୋଧରେ ତଡ଼ିପାର ନିର୍ଦ୍ଦେଶ ଜାରି କରାଯାଇଥିବା କମିଶନରେଟ ପୁଲିସ୍ ଗୋଟିଏ ପ୍ରେସ ରିଲିଜରେ କହିଛି।
ଏହାପୁର୍ବରୁ ଗ୍ୟାଙ୍ଗଷ୍ଟର ସକିଲକୁ ତଡ଼ିପାର ନିର୍ଦ୍ଦେଶ ଦେଇଥିଲା କଟକ କମିଶନରେଟ ପୁଲିସ। ସେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ତା’ ପାଖକୁ ତଡ଼ିପାର ନୋଟିସ ପଠାଯାଇଛି। ନୋଟିସରେ ସକିଲକୁ ବର୍ଷକ ପାଇଁ ତଡ଼ିପାର କରାଯାଇଛି। ଏହାର ଅର୍ଥ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସକିଲ କମିଶନରେଟ ପୁଲିସ ଅଞ୍ଚଳରେ ରହିପାରିବ ନାହିଁ। ସକିଲ ନାଁ ରେ ହତ୍ୟାକାଣ୍ଡ , ଗୁଳିକାଣ୍ଡ, ଵୋମାମାଡ଼, ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟ ଭଳି ୩୦ରୁ ଅଧିକ ମାମଲା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
