କଟକ (ଓଡ଼ିଶା ରିପୋର୍ଟର): ଚୌଦ୍ୱାର କମାଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ ଓ ବାଇକକୁ ପୁଲିସ ଜବତ କରିଛି।
ଗତ ୨୪ ତାରିଖରେ ବିଭୀଷଣ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ଅଭିଯୁକ୍ତଙ୍କ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ଡମ୍ବରୁଧର ହେସା, ଦିନେଶ ବରୁଆ ଏବଂ ବବି ମଲ୍ଲିକ କାଠ ଫାଳିଆରେ ପିଟିପିଟି ବିଭୀଷଣଙ୍କୁ ହତ୍ୟା କରିଥିବା ପୁଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ବନ୍ଧାହେଲେ ଡାକ୍ତର
ରେଡ୍ ବେଳେ ଆଶୋକଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି।
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ମହାଧୂର୍ତ୍ତ ଡେପୁଟି ଜେନେରାଲ୍ ମ୍ୟାନେଜର୍; ପଡ଼ୋଶୀ ଛାତରୁ ମିଳିଲା ବିଡ଼ା ବିଡ଼ା ନୋଟ୍
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।