ଭାଇରାଲ ଅଡିଓ ମାମଲାରେ ୨ ଜଣଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କୁ ପୁଲିସ ଉଠାଇ ନେଇଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର। ବ୍ୟାପକ ତଦନ୍ତ ପାଇଁ ସେମାନଙ୍କୁ ନିଆଯାଇଥିବା କହିଛନ୍ତି ପୁଲିସ କମିଶନର। ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଅଡିଓରେ ବାର୍ତ୍ତାଳାପ କରିଥିବା ବ୍ୟକ୍ତିଙ୍କୁ ଆଜି ଅପରାହ୍ଣରେ ପୁଲିସ ଉଠାଇଛି। ହେଲେ ରାତି ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଛାଡ଼ିନଥିଲେ। ଯେଉଁଥିପାଇଁ ସମ୍ପୃକ୍ତି ବ୍ୟକ୍ତିଙ୍କ ପତ୍ନୀ ଓ ସାଙ୍ଗମାନେ […]

aaaaa

Manoranjan Sial
  • Published: Sunday, 09 August 2020
  • , Updated: 10 August 2020, 07:11 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କୁ ପୁଲିସ ଉଠାଇ ନେଇଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର। ବ୍ୟାପକ ତଦନ୍ତ ପାଇଁ ସେମାନଙ୍କୁ ନିଆଯାଇଥିବା କହିଛନ୍ତି ପୁଲିସ କମିଶନର।

ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଅଡିଓରେ ବାର୍ତ୍ତାଳାପ କରିଥିବା ବ୍ୟକ୍ତିଙ୍କୁ ଆଜି ଅପରାହ୍ଣରେ ପୁଲିସ ଉଠାଇଛି। ହେଲେ ରାତି ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଛାଡ଼ିନଥିଲେ। ଯେଉଁଥିପାଇଁ ସମ୍ପୃକ୍ତି ବ୍ୟକ୍ତିଙ୍କ ପତ୍ନୀ ଓ ସାଙ୍ଗମାନେ ବିଭିନ୍ନ ଥାନାକୁ ଯାଇ ଖୋଜିଥିଲେ। ମାତ୍ର ପାଇନଥିଲେ।

ଅଡିଓରେ ଥିବା ଜଣେ ବ୍ୟକ୍ତିଙ୍କୁ ସ୍ୱାମୀ ବୋଲି ଦାବି କରି ଜନୈକା ମହିଳା କହିଛନ୍ତି-“ଭାଇରାଲ ଅଡିଓରେ ଥିବା ଜଣେ ବ୍ୟକ୍ତି ମୋ ସ୍ୱାମୀ ବିଶ୍ୱଜିତ ମହାନ୍ତି। ସେ ତାଙ୍କର ସାଙ୍ଗମାନଙ୍କ ସହ କଥା ହେବାର ଅଡିଓ ଭାଇରାଲ ହୋଇଥିଲା। ମୋ ସ୍ୱାମୀ କିଛି ଭୁଲ୍‌ କରି ନାହାନ୍ତି। କରୋନା ସଂକ୍ରମିତ ସାଙ୍ଗଙ୍କ ସହ କଥା ହୋଇଥିଲେ। କିପରି ଚିକିତ୍ସାରେ ଅସୁବିଧା ରହିଛି ସେ ନେଇ କଥା ହୋଇଥିଲେ। ଚିକିତ୍ସା ନେଇ ସବୁ କିଛି ଲୋକଲୋଚନକୁ ଆସିବା ଦରକାର।”

ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରକାଶ ପାଇଥିଲା ଏକ ଅଡିଓ। ଯେଉଁଥିରେ ଦୁଇ ଜଣ ବନ୍ଧୁ କଥା ହେଉଥିବା ଶୁଣିବାକୁ ମିଳିଥିଲା। ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଏଥିରେ କୁହାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗ ସହିତ କଥା ହୋଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ସେହି ଭିଡିଓକୁ ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରଣ ହୋଇଥିଲା। ସେହି ଭିଡିଓ ମିଛ ବୋଲି ଦର୍ଶାଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରଇଥିଲେ। ପୁଲିସ ମାମଲା ରୁଜୁ କରି ରାତି ଅଧିଆ ଓଟିଭି ଅଫିସ୍‌ରେ ପହଞ୍ଚି ଥିଲେ। ଶନିବାର ଥାନାରେ ହାଜର ପାଇଁ ନୋଟିସ୍‌ କରିଥିଲେ। ବିଏମ୍‌ସିର ଏପରି କାର୍ଯ୍ୟକଳାପକୁ ରାଜନୈତିକ ବ୍ୟକ୍ତି ବିଶେଷ ଓ ରାଜ୍ୟର ବରିଷ୍ଠ ସାମ୍ୱାଦିକମାନେ ନିନ୍ଦା କରିଛନ୍ତି।

 

Related story