ଲୁଟ୍‌ ଯୋଜନା ପଣ୍ଡ: ହାଇୱେ ଲୁଟେରା ଗିରଫ

ଜୟପୁର( ଟି.ଗୌରି ଶଙ୍କର): କୋରାପୁଟ ଜିଲ୍ଲା ବୋରିଗୁମ୍ମାରୁ ଏକ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ୍‌। ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ କାଳିଆ ହୋତା, ବିମଳ ହରିଜନ, ରବିନ୍ଦ୍ର ବାରିକ ଓ ଅଶ୍ୱିନୀ ଖୋରା। ସେହିପରି ଫେରାର ହୋଇଯାଇଥିବା ଲୁଟେରାମାନେ ହେଲେ ସଞ୍ଜୟ ସୁନା, ପ୍ରିନ୍ସ ଓ ବିକି। ସେମାନଙ୍କ ପାଖରୁ ଗୋଟିଏ ବୋଲେରୋ, ଖଣ୍ଡା ଓ ପିସ୍ତଲ ଭଳି ଅନେକ ମାରଣାସ୍ତ୍ର ଜବତ କରାଯାଇଛି। ଫେରାର ଲୁଟେରାଙ୍କୁ ଧରିବାକୁ ତନାଘନା ଚଳାଇଛି ବୋରିଗୁମ୍ମା ପୋଲିସ।

ବୋରିଗୁମ୍ମା ଥାନା ଅଧିକାରୀ ସାଗରିକା ନାଥ କହିଛନ୍ତି,“ବୋରିଗୁମ୍ମାରେ ହାଇୱେ ଲୁଟେରା ଗ୍ୟାଙ୍ଗ ଲୁଟ୍ ପାଇଁ ଯୋଜନା କରୁଥିବା ଆମେ ଖବର ପାଇ ଚଢ଼ାଉ କରିଥିଲୁ। ସେମାନଙ୍କ ମଧ୍ୟରୁ୪ ଜଣଙ୍କୁ ଗିରଫ  କରାଯାଇଥିଲା ଓ ୩ ଜଣ ଫେରାର ହୋଇଯାଇଥିଲେ। ସେମାନଙ୍କ ପାଖରୁ  ପିସ୍ତଲ, ଦୁଇଟି ଖଣ୍ଡା,ଢେଙ୍ଗାବାଡ଼ି ଓ ଗୋଟିଏ ବୋଲେରୋ ଜବତ କରାଯାଇଛି।  ଘଟଣାର ତଦନ୍ତ ଚାଲିଛି।”

 

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More