jeypore
ଜୟପୁର (ଟି.ଗୌରୀଶଙ୍କର): ଲାଞ୍ଚ ନେବା ଅଭିଯୋଗରେ କୋରାପୁଟ ଜିଲ୍ଲା ଆମ୍ବଗୁଡ଼ା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି। ଏହା ସହିତ ସେ ନିଲମ୍ବିତ ହୋଇଛନ୍ତି। ଏନେଇ କୋରାପୁଟ ଏସ୍ପି ମୁକେଶ ଭାମୁ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି।
୨୦୧୯ ଡିସେମ୍ବର ୨୪ ତାରିଖରେ ଆମ୍ବଗୁଡା ଫାଣ୍ଡି ଅନ୍ତର୍ଗତ କୁମୁଲିପୁଟରେ ଏକ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମୂଳାଶୁର ଗାଁର ଦେବେନ୍ଦ୍ର ତନ୍ତୀଙ୍କ ମୃତ୍ୟୁ ଘଟିଥିଲା। ତେବେ ମୃତକଙ୍କ ପରିବାରକୁ ସମବେଦନା ବଦଳରେ ଫାଣ୍ଡି ଅଧିକାରୀ ଗାଡ଼ିର ଇନ୍ସ୍ୟୁରାନ୍ସ ଓ ଅନ୍ୟାନ୍ୟ ବାବଦକୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ଦେବେନ୍ଦ୍ରଙ୍କ ପରିବାର ଲୋକ ଫାଣ୍ଡି ଅଧିକାରୀଙ୍କୁ ୬ ହଜାର ଟଙ୍କା ଦେଇଥିଲେ। ଏପରିକି ଶବ ବ୍ୟବଛେଦ ପାଇଁ ଡାକ୍ତର ମଧ୍ୟ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଡାକ୍ତରଙ୍କୁ ଅଢେଇ ହଜାର ଟଙ୍କା ଦେଇଥିବା ଦେବେନ୍ଦ୍ରଙ୍କ ପରିବାର ଲୋକେ କହିଛନ୍ତି। ଏହାରି ଭିତରେ ଗତକାଲି ମୋ ସରକାର ପକ୍ଷରୁ ଦେବେନ୍ଦ୍ର ତନ୍ତୀଙ୍କ ପରିବାରକୁ ଫୋନ୍ ଆସିଥିଲା। ଆଉ ସେମାନଙ୍କ ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାକୁ ଗୁରୁତର ସହିତ ନେଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଗିରଫ କରାଯିବା ସହ ନିଲମ୍ବନ ମଧ୍ୟ କରାଯାଇଛି। ଏହାସହ ଡାକ୍ତର ଲାଞ୍ଚ ମାଗିଥିବା ଅଭିଯୋଗର ତଦନ୍ତ ଜାରି ରହିଥିବା ଏସ୍ପି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/02/jeypore-22ooo.jpg)