ପୁରୀ(ଓଡ଼ିଶା ରିପୋର୍ଟର): ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍ ବାବୁଙ୍କ ପତ୍ନୀ । ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ସଂଯୋଗ କରିଦେବାକୁ କହି ପୋଛିଦେଲେ ଆକାଉଣ୍ଟ। ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରି ନେଇଗଲେ ୧ ଲକ୍ଷ ୧୪ ହଜାର ଟଙ୍କା । ଏପରି ଘଟଣା ପୁରୀ ପେଣ୍ଠକଟା ଅଞ୍ଚଳରେ ଘଟିଥିବା ବେଳେ ମହିଳାଜଣକ ଏ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ଏନେଇ ପ୍ରିୟଙ୍କା କାନୁନଗୋ କହିଛନ୍ତି, ମୋତେ ୧୩ ତାରିଖରେ ଏକ କଲ୍ ଆସିଲା। ଅପରପାଶ୍ୱର ବ୍ୟକ୍ତିଜଣକ ମୋ ନାଁ ଆକାଉଣ୍ଟ ନମ୍ବର କହିଲେ । ପ୍ୟାନ୍ କାର୍ଡ ଲିଙ୍କ କରି ନ ଥିବା କହିଲେ। ଏଥିପାଇଁ ଆଧାର କାର୍ଡ ଦରକାର ବୋଲି କହିଲେ। ଏହାପରେ ଏକ ଓଟିପି ଆସିଲା। ବ୍ୟକ୍ତିଜଣକ ଓଟିପି ଦେବାକୁ କହିଲେ। କହିବାରୁ ହଠାତ୍ ୨ ଥରରେ ଆକାଉଣ୍ଟରେ ଥିବା ୧ ଲକ୍ଷ ୧୪ଶହ ୭୪ ଟଙ୍କା କଟି ଯାଇଥିଲା
ଠକାମୀର ଶିକାର ହୋଇଥିବା ଜାଣିବା ପରେ ନିକଟସ୍ଥ ବ୍ୟାଙ୍କକୁ ଯାଇ ମିନି ଷ୍ଟେଟମେଣ୍ଟ ବାହାର କରିଥିଲେ ପ୍ରିୟଙ୍କା । ଏନେଇ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।