ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍‌ ବାବୁଙ୍କ ପତ୍ନୀ

ପୁରୀ(ଓଡ଼ିଶା ରିପୋର୍ଟର):  ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍‌ ବାବୁଙ୍କ ପତ୍ନୀ । ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ସଂଯୋଗ କରିଦେବାକୁ କହି ପୋଛିଦେଲେ ଆକାଉଣ୍ଟ।  ଆଖି ପିଛୁଳାକେ  ଆକାଉଣ୍ଟ ଖାଲି କରି ନେଇଗଲେ   ୧ ଲକ୍ଷ ୧୪ ହଜାର ଟଙ୍କା । ଏପରି ଘଟଣା ପୁରୀ ପେଣ୍ଠକଟା ଅଞ୍ଚଳରେ ଘଟିଥିବା ବେଳେ ମହିଳାଜଣକ ଏ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପ୍ରିୟଙ୍କା କାନୁନଗୋ କହିଛନ୍ତି,  ମୋତେ ୧୩ ତାରିଖରେ ଏକ କଲ୍‌ […]

lady

  • Published: Thursday, 28 July 2022
  • , Updated: 28 July 2022, 09:02 AM IST

ପୁରୀ(ଓଡ଼ିଶା ରିପୋର୍ଟର):  ସାଇବର ଲୁଟେରାଙ୍କ ଫାସରେ ପଡ଼ିଗଲେ ପୁଲିସ୍‌ ବାବୁଙ୍କ ପତ୍ନୀ । ବ୍ୟାଙ୍କ ଆକାଉଣ୍ଟ ସହ ଆଧାର କାର୍ଡ ସଂଯୋଗ କରିଦେବାକୁ କହି ପୋଛିଦେଲେ ଆକାଉଣ୍ଟ।  ଆଖି ପିଛୁଳାକେ  ଆକାଉଣ୍ଟ ଖାଲି କରି ନେଇଗଲେ   ୧ ଲକ୍ଷ ୧୪ ହଜାର ଟଙ୍କା । ଏପରି ଘଟଣା ପୁରୀ ପେଣ୍ଠକଟା ଅଞ୍ଚଳରେ ଘଟିଥିବା ବେଳେ ମହିଳାଜଣକ ଏ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଏନେଇ ପ୍ରିୟଙ୍କା କାନୁନଗୋ କହିଛନ୍ତି,  ମୋତେ ୧୩ ତାରିଖରେ ଏକ କଲ୍‌ ଆସିଲା। ଅପରପାଶ୍ୱର ବ୍ୟକ୍ତିଜଣକ ମୋ ନାଁ ଆକାଉଣ୍ଟ ନମ୍ବର କହିଲେ । ପ୍ୟାନ୍‌ କାର୍ଡ ଲିଙ୍କ କରି ନ ଥିବା କହିଲେ। ଏଥିପାଇଁ ଆଧାର କାର୍ଡ ଦରକାର ବୋଲି କହିଲେ। ଏହାପରେ ଏକ ଓଟିପି ଆସିଲା। ବ୍ୟକ୍ତିଜଣକ ଓଟିପି ଦେବାକୁ କହିଲେ। କହିବାରୁ ହଠାତ୍‌ ୨ ଥରରେ ଆକାଉଣ୍ଟରେ ଥିବା ୧ ଲକ୍ଷ  ୧୪ଶହ ୭୪ ଟଙ୍କା କଟି ଯାଇଥିଲା

ଠକାମୀର ଶିକାର ହୋଇଥିବା ଜାଣିବା ପରେ  ନିକଟସ୍ଥ ବ୍ୟାଙ୍କକୁ ଯାଇ ମିନି ଷ୍ଟେଟମେଣ୍ଟ ବାହାର କରିଥିଲେ ପ୍ରିୟଙ୍କା ।  ଏନେଇ ସେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

Related story