Advertisment

କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାବି ପୂରଣ ନହେଲେ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ। ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନଥିବାରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ପୁଲିସ ଅଫିସର୍ସ ଅସୋସିଏସନ୍। ଦାବି ପୂରଣ ପାଇଁ ସରକାରଙ୍କୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ସଂଘ। ୩୦ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ପୁଲିସ ଅଧିକାରୀମାନେ ଆସନ୍ତା ୩୧ ତାରିଖରୁ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ବୋଲି […]

କଳାବ୍ୟାଜ୍‌ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ

police

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାବି ପୂରଣ ନହେଲେ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ପୁଲିସ ଅଧିକାରୀ। ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନଥିବାରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ପୁଲିସ ଅଫିସର୍ସ ଅସୋସିଏସନ୍। ଦାବି ପୂରଣ ପାଇଁ ସରକାରଙ୍କୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି ସଂଘ।

Advertisment

୩୦ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ ପୁଲିସ ଅଧିକାରୀମାନେ ଆସନ୍ତା ୩୧ ତାରିଖରୁ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ବୋଲି ସଙ୍ଘ କହିଛି। ଏପରିକି ୪ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନ ବେଳେ ମଧ୍ୟ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିବେ ବୋଲି କହିଛନ୍ତି ସଂଘର ସଭାପତି ସତ୍ୟଜିତ୍ ମିଶ୍ର।

ସୂଚନାଯୋଗ୍ୟ, ଗ୍ରେଡ ପେ’, ସରକାରୀ ଛୁଟି ଦିନରେ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି, ସ୍ୱାସ୍ଥ୍ୟ ବୀମା, ସ୍ଥାୟୀ ନିଯୁକ୍ତି, ତଦନ୍ତ ସମୟରେ ଅଧିକାରୀଙ୍କୁ ଖର୍ଚ୍ଚ ପ୍ରଦାନ ଭଳି ଦାବି ରଖିଛି ସଂଘ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe