Advertisment

ପାଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ, ଏଏସ୍ଆଇ ସମେତ ୫ ଆହତ

ଆଳି(ବନମାଳୀ ସାହୁ): ପୁଲିସକୁ ମହଙ୍ଗା ପଡ଼ିଲା ଡିଜେ ଉପରେ କଟକଣା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପୁଲିସ୍‌ର ପାଟ୍ରୋଲିଂ ଟିମ୍‌ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଛି। ନିଆଳ-ଗୌଡ଼ପାଟଣା ଛକରେ ପ୍ରାୟ ୪୦ ଜଣ ଲୋକ ପାଟ୍ରୋଲିଂ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ଫଳରେ ଜଣେ ଏଏସ୍ଆଇଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଲୋକମାନେ ପାଟ୍ରୋଲିଂ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପୂର୍ବରୁ ଗଣେଶ ପୂଜା […]

ପାଟ୍ରୋଲିଂ ଗାଡ଼ି ଉପରକୁ ଆକ୍ରମଣ, ଏଏସ୍ଆଇ ସମେତ ୫ ଆହତ

ali

Advertisment

ଆଳି(ବନମାଳୀ ସାହୁ): ପୁଲିସକୁ ମହଙ୍ଗା ପଡ଼ିଲା ଡିଜେ ଉପରେ କଟକଣା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପୁଲିସ୍‌ର ପାଟ୍ରୋଲିଂ ଟିମ୍‌ ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଛି। ନିଆଳ-ଗୌଡ଼ପାଟଣା ଛକରେ ପ୍ରାୟ ୪୦ ଜଣ ଲୋକ ପାଟ୍ରୋଲିଂ ଗାଡ଼ି ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି। ଫଳରେ ଜଣେ ଏଏସ୍ଆଇଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଆଳି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଲୋକମାନେ ପାଟ୍ରୋଲିଂ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି।

Advertisment

ପୂର୍ବରୁ ଗଣେଶ ପୂଜା ଭସାଣିରେ ଡିଜେ ନବଜାଇବା ପାଇଁ ଆଳି ପୁଲିସ ପକ୍ଷରୁ ସମସ୍ତ ପୂଜା କମିଟିକୁ ଡାକି ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ହୋଇଥିବା ପୁଲିସ କହିଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe