Advertisment

ପୁଲିସ ବାପାର ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌

ସୁନ୍ଦରଗଡ (ବିଜୟ ବରୁଆ): ପୁଲିସ ବାପାର ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌। ସୁନ୍ଦରଗଡ ଟାଉନ୍‌ ଥାନା ଆକ୍ସିସ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିବା ବେଳେ ଲୁଟେରାକୁ କାବୁ କରିଛି ପୁଲିସ। ଶଙ୍କରା ରୋଡ ନିକଟରେ ଜଣେ ବାଇକ ଚାଳକକୁ ବନ୍ଧୁକ ଦେଖାଇ ଭୟଭୀତ କରି ଚମ୍ପଟ ମାରୁଥିବା ବେଳେ ପୁଲିସ ଓ ଲୁଟାରେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ […]

author-image
Madhupriya Mistry
ପୁଲିସ ବାପାର ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌

Bank Loot-1

ସୁନ୍ଦରଗଡ (ବିଜୟ ବରୁଆ): ପୁଲିସ ବାପାର ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌। ସୁନ୍ଦରଗଡ ଟାଉନ୍‌ ଥାନା ଆକ୍ସିସ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍‌ କରି ଚମ୍ପଟ ମାରିବା ବେଳେ ଲୁଟେରାକୁ କାବୁ କରିଛି ପୁଲିସ।

Advertisment

ଶଙ୍କରା ରୋଡ ନିକଟରେ ଜଣେ ବାଇକ ଚାଳକକୁ ବନ୍ଧୁକ ଦେଖାଇ ଭୟଭୀତ କରି ଚମ୍ପଟ ମାରୁଥିବା ବେଳେ ପୁଲିସ ଓ ଲୁଟାରେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ଲୁଟେରା ଜଣକ ଆହତ ହୋଇଛି।  ପରେ ପୁଲିସ ତାକୁ କାବୁ କରିନେଇଛି। ତା' ବାମ ଗୋଡରେ ଗୁଳି ବାଜିଛି। ତାକୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଗୁଳି ବିନିମୟ ବେଳେ ଲୁଟେରା ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପୁଲିସ ପକ୍ଷରୁ ୪ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି। କାବୁ ଲୁଟେରା ସଦର ଥାନାର ଜଣେ ପୋଲିସ ASIଙ୍କ ପୁଅ। ତା' ନାଁ ଜୟଦେବ ନାଏକ ବୋଲି ଜଣାପଡିଛି। ତା'ଠାରୁ ବନ୍ଧୁକ ଏବଂ ଲୁଟ୍ ଟଙ୍କା ଜବତ କରିଛି ପୁଲିସ। ଆଜି ଦିନ ଦ୍ୱିପହରେ ଏହି ଘଟଣା ଘଟିଛି। ଏହି ଲୁଟ୍‌ ଘଟଣାରେ ଅନ୍ୟ କାହାର ହାତ ଅଛି ନା ନାହିଁ ସେ ନେଇ ତଦନ୍ତ ଚାଲିଥିବା ଏସ୍‌ପି ସାଗରିକା ନାଥ କହିଛନ୍ତି।

Advertisment
Bank Loot