Advertisment

ନାବାଳକ ଚା’ ଦୋକାନୀଙ୍କୁ ଗୋଇଠା ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାଳକ ଚା’ ଦୋକାନୀଙ୍କୁ ପିଟିଲା ପୁଲିସ୍। ଗୋଇଠା ପରେ ଗୋଇଠା ମାରିବା ସହିତ ଦୋକାନରୁ କିଛି ଜିନିଷ ବି ନେଇ ଚାଲିଗଲେ। ଆଉ ଏସବୁ ଦୃଶ୍ୟ କଏଦ ହୋଇଯାଇଛି ସିସିଟିଭିରେ। ଘଟଣାଟି ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଘଟିଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦୁଇ ଦିନ ତଳେ କେସୁରାରେ ଏହି ନାବାଳକ ଜଣଙ୍କ ଦିନ ଗୋଟାଏ ପରେ ବି ତାଙ୍କ ଚା’ ଦୋକାନ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ନାବାଳକ ଚା’ ଦୋକାନୀଙ୍କୁ ଗୋଇଠା ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ

Police

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାବାଳକ ଚା’ ଦୋକାନୀଙ୍କୁ ପିଟିଲା ପୁଲିସ୍। ଗୋଇଠା ପରେ ଗୋଇଠା ମାରିବା ସହିତ ଦୋକାନରୁ କିଛି ଜିନିଷ ବି ନେଇ ଚାଲିଗଲେ। ଆଉ ଏସବୁ ଦୃଶ୍ୟ କଏଦ ହୋଇଯାଇଛି ସିସିଟିଭିରେ। ଘଟଣାଟି ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଘଟିଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।

Advertisment

ଦୁଇ ଦିନ ତଳେ କେସୁରାରେ ଏହି ନାବାଳକ ଜଣଙ୍କ ଦିନ ଗୋଟାଏ ପରେ ବି ତାଙ୍କ ଚା’ ଦୋକାନ ଖୋଲା ରଖିଥିଲେ। ଏହି ସମୟରେ ପହଞ୍ଚିଥିଲେ ପାଟ୍ରୋଲିଂରେ ଥିବା ପୁଲିସ୍ କର୍ମଚାରୀ। ପିଲାଟି କିଛି ବୁଝିବା ପୂର୍ବରୁ ସେ ତାକୁ ଗୋଇଠା ପରେ ଗୋଇଠା ମାରିଥିଲେ। ଚା’ ଦୋକାନୀ ଜଣଙ୍କ ନାବାଳକ ବୋଲି ଜାଣି ସୁଦ୍ଧା ସେ ନିସ୍ତୁକ ମାଡ଼ ମାରିଥିଲେ।

ପୁଲିସ୍ କର୍ମଚାରୀ ଜଣଙ୍କ କେବଳ ମାଡ଼ ମାରି ନଥିଲେ। ସେ ଓ ତାଙ୍କ ସହଯୋଗୀମାନେ ଦୋକାନ ଭିତରେ ପଶି କିଛି ଜିନିଷ ବି ନେଇଯାଇଥିଲେ।

Advertisment

ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି। ତାଙ୍କ  ସୂଚନା ଅନୁଯାୟୀ, ଏହି ଘଟଣାରେ ଜଣେ ପିସିଆର କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ଏ. କେ ବିଶ୍ୱାଳ। ତାଙ୍କ ସହିତ ଥିବା ଆଉ ୨ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ପିସିଆର ଟିମ୍ ସହିଦ ନଗର ଥାନା ଅଞ୍ଚଳରେ ପଶି ଏହି କାଣ୍ଡ ଭିଆଇଛନ୍ତି। ସେମାନେ ଜରିମାନା ଆଦାୟ କରିବା ପରେ କାହିଁକି ମାଡ଼ ମାରିଲ, ସେ ନେଇ ତଦନ୍ତ କରାଯାଉଛି।

Bhubaneswar Bhubaneswar News Corrupt Police