Advertisment

ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟର ବୋର୍ଡ, ଭିତରେ ଚାଲିଥିଲା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟରର ବୋର୍ଡ। ଭିତରେ କିନ୍ତୁ ଚାଲିଥିଲା ସେକ୍ସ ରାକେଟ । ତାହା ପୁଣି ରାଜଧାନୀର ଜନଗହଳିପୂର୍ଣ୍ଣ ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ । ପୁଲିସ୍‌ ଏ ନେଇ କୌଣସି ସୁରାଗ ପାଇପାରୁ ନ ଥିବା ବେଳେ ଜଣେ ଯୁବତୀଙ୍କ ଅଭିଯୋଗ ପରେ ଆକ୍ସନ ମୁଡକୁ ଚାଲି ଆସିଛି ପୁଲିସ୍‌। ପୁଲିସ୍‌ ଉକ୍ତ ସେଣ୍ଟରର ମାଲିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଥିବା ବେଳେ ୪  ଯୁବତୀଙ୍କୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଚାକିରୀର […]

ଅଦ୍ୟତନ ହୋଇଛି
ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟର ବୋର୍ଡ, ଭିତରେ ଚାଲିଥିଲା...

racket

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟରର ବୋର୍ଡ। ଭିତରେ କିନ୍ତୁ ଚାଲିଥିଲା ସେକ୍ସ ରାକେଟ । ତାହା ପୁଣି ରାଜଧାନୀର ଜନଗହଳିପୂର୍ଣ୍ଣ ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ । ପୁଲିସ୍‌ ଏ ନେଇ କୌଣସି ସୁରାଗ ପାଇପାରୁ ନ ଥିବା ବେଳେ ଜଣେ ଯୁବତୀଙ୍କ ଅଭିଯୋଗ ପରେ ଆକ୍ସନ ମୁଡକୁ ଚାଲି ଆସିଛି ପୁଲିସ୍‌। ପୁଲିସ୍‌ ଉକ୍ତ ସେଣ୍ଟରର ମାଲିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଥିବା ବେଳେ ୪  ଯୁବତୀଙ୍କୁ ଉଦ୍ଧାର କରିଛି।

Advertisment

ସୂଚନାଯୋଗ୍ୟ, ଚାକିରୀର ପ୍ରଲୋଭନ ଦେଖାଇ ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ ଏକ କନସଲଟାନ୍ସି ସେଣ୍ଟରରେ ଭର୍ତ୍ତି କରାଯାଉଥିଲା। ଯୁବତୀମାନେ ସେଠାକୁ ଯିବା ପରେ ସେମାନଙ୍କୁ ଜବରଦସ୍ତି ସେକ୍ସ ରାକେଟରେ ଭର୍ତ୍ତି କରାଯାଉଥିଲା। ଦୀର୍ଘ ଦିନ ହେଲା ଉକ୍ତ ସେଣ୍ଟରରେ ଏହି କାରବାର ଚାଲିଥିବା ବେଳେ ପୁଲିସ୍‌ କିପରି ଟେର ପାଇପାରୁ ନ ଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଉକ୍ତ ସେଣ୍ଟରରୁ ଜଣେ ଯୁବତୀ  ଖସି ଆସି ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲାପରେ ଏହାର ଖୁଲାସା ହୋଇଛି । ପୁଲିସ୍‌ ଆଜି ଚଢ଼ଉ କରି ସେକ୍ସ ରାକେଟର ପର୍ଦ୍ଦାଫାସ କରିବା ସହ ମାଲିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଛି । ଏହାସହ ୪ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି।

Advertisment
Prostitution Racket Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe