ଭୁବନନେଶ୍ୱର(ଓଡ଼ିଶା ରିପୋର୍ଟର) ଓଟିଭି ଅଫିସରେ ପୁଲିସ। ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଉଠାଇନେବାର କିଛି ସୟମ ପରେ ହଠାତ୍ ତାଙ୍କୁ ନେଇ ପୁଲିସ ଓଟିଭି ଅଫିସରେ ପହଞ୍ଚିଥିଲା। ତେବେ ପ୍ରାରମ୍ଭିକ ସମୟରେ ସାମ୍ବାଦିକମାନେ ଏହାର କାରଣ ଜାଣିବାକୁ ଚାହିଁଥିଲେ ମଧ୍ୟ ପୁଲିସ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲା। ହଠାତ୍ ପୁଲିସର ଏଭଳି କଠୋର ଆଭିମୁଖ୍ୟ ଓଟିଭି କର୍ମଚାରୀଙ୍କୁ ବିଚଳିତ କରିଥିଲା।
ସୂଚନା ଅନୁଯାୟୀ ଆଜି ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ବିନା ସୂଚନାରେ ପୁଲିସ ଉଠାଇ ନେଇଥିଲା। ରମେଶଙ୍କୁ ତାଙ୍କ ଘର ପାଖରୁ ପୁଲିସ ଉଠାଇ ନେଇଥିଲା। ୪ରୁ ୫ ଜଣ ପୁଲିସ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଥିଲେ। ରମେଶଙ୍କୁ ପୁଲିସକୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ନେଇଯାଇ ଥିଲା । ଏମିତିକି ଫୋନ୍ଟିଏ କରିବାକୁ ମଧ୍ୟ ରମେଶଙ୍କୁ ସୁଯୋଗ ଦିଆଯାଇ ନଥିବା ଜଣାପଡ଼ିଛି। ଏ ସମସ୍ତ ଘଟଣା ଓଟିଭିର ଜଣେ ବରିଷ୍ଠ ଉପସ୍ଥାପିକାଙ୍କ ସାମ୍ନାରେ ଘଟିଥିଲା। ପରେ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ଧରି ଓଟିଭି ଅଫିସରେ ପହଞ୍ଚି ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।

Special
ଦୁର୍ନୀତିରେ ଉବୁଟୁବୁ ‘ଅଳକା’!
ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି।

Politics
ବିଜେଡିର ‘ଲଣ୍ଠନ’ ରାଜନୀତି: ସଂଗଠନ ଓ ବିଧାୟକ ମଧ୍ୟରେ ଫାଟ, ପୁଣି ଦିଲ୍ଲୀ ଗଲେ ନବୀନ
ରାଜ୍ୟରେ କ୍ଷମତାସୀନ ବିଜେପି ପ୍ରତି ବିଜେଡି ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ ସଂଗଠନ ଓ ବିଧାୟକମାନଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି ।

Politics
ଓଡ଼ିଶା ଛାଡ଼ିବେ ପାଣ୍ଡିଆନ: ବିଜେଡି ସମ୍ଭାଳିବେ ବବି, ନେତାଙ୍କ ତୁଣ୍ଡରେ ତୁଣ୍ଡି
ଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ପାଣ୍ଡିଆନଙ୍କ ପ୍ରସ୍ତୁତ ଏହି ଇକୋସିଷ୍ଟମ ଓ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କେତେ ପ୍ରଭାବୀ ହୋଇପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Miscellaneous
ବିଜେଡି ସାଂସଦଙ୍କ ପତ୍ନୀଙ୍କ କରାମତି: ରାତାରାତି ସଂସ୍ଥା ଗଢ଼ି ନେଇ ଯାଇଛନ୍ତି ସରକାରୀ ସମ୍ପତ୍ତି, ଜଳଜଳ ଦିଶୁଛି ଜାଲିଆତି
ନିଜର ଗଡ଼ଫାଦର ତଥା ‘ଧରମ ଶ୍ୱଶୁର’ଙ୍କ ପତିଆରା ଏବଂ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛତ୍ରଛାୟାରେ ରହି ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଶାଗମାଛ ଦରରେ ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା ୩୦ବର୍ଷିଆ ଲିଜରେ ରାଜ୍ୟ ସରକାରଙ୍କ ଏଭଳି ଏକ ସମ୍ପତ୍ତିକୁ ହାତେଇଛନ୍ତି ।