Advertisment

ସାମ୍ବାଦିକଙ୍କୁ ଉଠାଇବାର କିଛି ସମୟ ପରେ ଓଟିଭି ଅଫିସରେ ପୁଲିସ

ଭୁବନନେଶ୍ୱର(ଓଡ଼ିଶା ରିପୋର୍ଟର) ଓଟିଭି ଅଫିସରେ ପୁଲିସ। ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଉଠାଇନେବାର କିଛି ସୟମ ପରେ ହଠାତ୍‌ ତାଙ୍କୁ ନେଇ ପୁଲିସ ଓଟିଭି ଅଫିସରେ ପହଞ୍ଚିଥିଲା। ତେବେ ପ୍ରାରମ୍ଭିକ ସମୟରେ ସାମ୍ବାଦିକମାନେ ଏହାର କାରଣ ଜାଣିବାକୁ ଚାହିଁଥିଲେ ମଧ୍ୟ ପୁଲିସ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲା। ହଠାତ୍‌‌ ପୁଲିସର ଏଭଳି କଠୋର ଆଭିମୁଖ୍ୟ ଓଟିଭି କର୍ମଚାରୀଙ୍କୁ ବିଚଳିତ କରିଥିଲା। ସୂଚନା ଅନୁଯାୟୀ ଆଜି ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ବିନା ସୂଚନାରେ […]

ଅଦ୍ୟତନ ହୋଇଛି
ସାମ୍ବାଦିକଙ୍କୁ ଉଠାଇବାର କିଛି ସମୟ ପରେ ଓଟିଭି ଅଫିସରେ ପୁଲିସ  

7b89

Advertisment

ଭୁବନନେଶ୍ୱର(ଓଡ଼ିଶା ରିପୋର୍ଟର) ଓଟିଭି ଅଫିସରେ ପୁଲିସ। ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ଉଠାଇନେବାର କିଛି ସୟମ ପରେ ହଠାତ୍‌ ତାଙ୍କୁ ନେଇ ପୁଲିସ ଓଟିଭି ଅଫିସରେ ପହଞ୍ଚିଥିଲା। ତେବେ ପ୍ରାରମ୍ଭିକ ସମୟରେ ସାମ୍ବାଦିକମାନେ ଏହାର କାରଣ ଜାଣିବାକୁ ଚାହିଁଥିଲେ ମଧ୍ୟ ପୁଲିସ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲା। ହଠାତ୍‌‌ ପୁଲିସର ଏଭଳି କଠୋର ଆଭିମୁଖ୍ୟ ଓଟିଭି କର୍ମଚାରୀଙ୍କୁ ବିଚଳିତ କରିଥିଲା।

Advertisment

ସୂଚନା ଅନୁଯାୟୀ ଆଜି ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ବିନା ସୂଚନାରେ ପୁଲିସ ଉଠାଇ ନେଇଥିଲା। ରମେଶଙ୍କୁ ତାଙ୍କ ଘର ପାଖରୁ ପୁଲିସ ଉଠାଇ ନେଇଥିଲା। ୪ରୁ ୫ ଜଣ ପୁଲିସ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଥିଲେ। ରମେଶଙ୍କୁ ପୁଲିସକୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ନେଇଯାଇ ଥିଲା । ଏମିତିକି ଫୋନ୍‌ଟିଏ କରିବାକୁ ମଧ୍ୟ ରମେଶଙ୍କୁ ସୁଯୋଗ ଦିଆଯାଇ ନଥିବା ଜଣାପଡ଼ିଛି। ଏ ସମସ୍ତ ଘଟଣା ଓଟିଭିର ଜଣେ ବରିଷ୍ଠ ଉପସ୍ଥାପିକାଙ୍କ ସାମ୍ନାରେ ଘଟିଥିଲା। ପରେ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ଧରି ଓଟିଭି ଅଫିସରେ ପହଞ୍ଚି ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe