Advertisment

ସିମ୍‌ରନଙ୍କ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂହ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି। ସିମ୍‌ରନ୍‌ଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ସଞ୍ଜୀବ ଆରୋରା। ପୂର୍ବରୁ ବୁର୍ଲା ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଗତ ୩ ତାରିଖରେ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ସିମ୍‌ରନ୍‌ଙ୍କୁ […]

ଅଦ୍ୟତନ ହୋଇଛି
ସିମ୍‌ରନଙ୍କ ମୃତ୍ୟୁ ଘଟଣାରେ ହତ୍ୟା ମାମଲା ରୁଜୁ

Sambalpur-1234-1

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାର ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍ ସିଂହ ମୃତ୍ୟୁ ଘଟଣାରେ ବୁର୍ଲା ପୁଲିସ ହତ୍ୟା ମାମଲା ରୁଜୁ କରିଛି। ସିମ୍‌ରନ୍‌ଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ସଞ୍ଜୀବ ଆରୋରା। ପୂର୍ବରୁ ବୁର୍ଲା ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

Advertisment

ଗତ ୩ ତାରିଖରେ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ ମୃତଦେହ ମିଳିଥିଲା। ଏହି ମାମଲାରେ ସିମ୍‌ରନ୍‌ଙ୍କୁ ପ୍ରେମବିବାହ କରିଥିବା ଧୃବରାଜ ସୁନାଙ୍କୁ ଝାରସୁଗୁଡ଼ା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସିମ୍‌ରନଙ୍କୁ ଅପହରଣ ଓ ନିର୍ଯାତନା ଦେଉଥିବା ନେଇ ଗତ ଏପ୍ରିଲ ଏବଂ ଡିସେମ୍ବର ୨୭ରେ ହୋଇଥିବା ଏତଲା ଆଧାରରେ ଝାରସୁଗୁଡ଼ା ପୁଲିସ୍‌ ଧ୍ରୁବରାଜଙ୍କୁ ଗିରଫ କରିଥିଲା। ସିମ୍‌ରନ୍‌ ନାବାଳିକା ଥିବାରୁ ପୋକ୍ସୋ ଆକ୍ଟରେ ଧ୍ରୁବରାଜଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଥିଲା।

publive-imageଗତ ୧୩.୪.୧୮ରେ ସିମ୍‌ରନ୍‌କୁ ଅପହରଣ କରାଯାଇଥିବା ତାଙ୍କ ମା’ ଝାରସୁଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଝାରସୁଗୁଡ଼ା ଥାନାରେ ୨୫୬ ଦଫାରେ ଏକ ମାମଲା ବି ରୁଜୁ ହୋଇଥିଲା। ଗତ ୨୮ ଡିସେମ୍ବର ଦିନ ସିମ୍‌ରନ୍‌ ଘରକୁ ଫେରିବା ସହ ଝାରସୁଗୁଡ଼ା ଥାନାରେ ଧ୍ରୁବରାଜଙ୍କ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହି ଏତଲାକୁ ଭିତ୍ତି କରି ଧ୍ରୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe