Advertisment

ଚାଲାଣ ପୂର୍ବରୁ ଉଦ୍ଧାର କଲା ପୁଲିସ୍

ଭଦ୍ରକ(ପାର୍ଥ ସାରଥୀ ନାୟକ): ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ୨୭ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏଥିସହ ଜଣେ ମହିଳା ଦଲାଲଙ୍କୁ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ ଅଟକ ରଖିଛି। ସୂଚନା ଅନୁସାରେ, ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳର ଜିତାନଗା ଗାଁ ନିକଟରେ ଏକ ଘରେ ୧୭ ଜଣ ଆଦିବାସୀ ନାବାଳିକା ଓ ୧୦ଜଣ ନାଵାଳକ ଥିବା ପୁଲିସ୍ ଖବର ପାଇଥିଲା। ସେମାନେ ରାଜ୍ୟ ବାହାରକୁ ଯିବା ପାଇଁ ବାହାରିଥିବା ନେଇ ପୁଲିସ୍‌ ସୂଚନା ପାଇବା ପରେ  […]

author-image
Jyoshna Pradhan
ଚାଲାଣ ପୂର୍ବରୁ ଉଦ୍ଧାର କଲା ପୁଲିସ୍

bhadrak

ଭଦ୍ରକ(ପାର୍ଥ ସାରଥୀ ନାୟକ): ରାଜ୍ୟ ବାହାରକୁ ଚାଲାଣ ପୂର୍ବରୁ ୨୭ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଏଥିସହ ଜଣେ ମହିଳା ଦଲାଲଙ୍କୁ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍‌ ଅଟକ ରଖିଛି।

Advertisment

ସୂଚନା ଅନୁସାରେ, ଭଦ୍ରକ ଗ୍ରାମଞ୍ଚଳ ଥାନା ଅଞ୍ଚଳର ଜିତାନଗା ଗାଁ ନିକଟରେ ଏକ ଘରେ ୧୭ ଜଣ ଆଦିବାସୀ ନାବାଳିକା ଓ ୧୦ଜଣ ନାଵାଳକ ଥିବା ପୁଲିସ୍ ଖବର ପାଇଥିଲା। ସେମାନେ ରାଜ୍ୟ ବାହାରକୁ ଯିବା ପାଇଁ ବାହାରିଥିବା ନେଇ ପୁଲିସ୍‌ ସୂଚନା ପାଇବା ପରେ  ଗତକାଲି ବିଳମ୍ୱିତ ରାତିରେ ସେଠାରେ ଚଢ଼ଉ କରିଥିଲା। ଏହାସହ ସମସ୍ତ ନାବାଳିକା ଓ ନାବାଳକଙ୍କୁ ପୁଲିସ୍‌ ଉଦ୍ଧାର କରିଥିଲା।

ତେବେ ଘର ମାଲିକ ତଥା ଦଲାଲ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଗୁଣ୍ଡୁର ନେଇ ଏକ ଘରୋଇ କମ୍ପାନୀରେ କାମ କରାଇଥାନ୍ତା ବୋଲି ସୂଚନା ମିଳିଛି। ଉଦ୍ଧାର ଶିଶୁ ଶ୍ରମିକଙ୍କ ଘର ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବୋଲି ଜଣାପଡ଼ିଛି ।

Advertisment