Advertisment

Poilce: ପୁଅକୁ ପାଇଲା ପରେ...

୩ ମାସ ପରେ ପୁଅ ଫେରିଛି। ସେଇ ଖୁସିରେ ବୁଢୀ ମା’ଟି ଆତ୍ମହରା ହୋଇପଡ଼ିଛି। ଭିନ୍ନକ୍ଷମ ପୁଅକୁ ପାଇବା ପରେ ଖୋଜି ଆଣିଥିବା ପୁଲିସ ବାବୁଙ୍କୁ ସରାଗରେ କୁଣ୍ଢାଇ ପକାଇଛି ମା’।

Police
Advertisment

୩ ମାସ ପରେ ପୁଅ ଫେରିଛି। ସେଇ ଖୁସିରେ ବୁଢୀ ମା’ଟି ଆତ୍ମହରା ହୋଇପଡ଼ିଛି। ଭିନ୍ନକ୍ଷମ ପୁଅକୁ ପାଇବା ପରେ ଖୋଜି ଆଣିଥିବା ପୁଲିସ ବାବୁଙ୍କୁ ସରାଗରେ କୁଣ୍ଢାଇ ପକାଇଛି ମା’। ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇ, ଆମେ ଅନେକ ସମୟରେ ଅପାରଗ ବ୍ୟବସ୍ଥାର କଥା କହିଥାଉ। କିନ୍ତୁ ଏଠି ପୁଲିସ ବାବୁଙ୍କୁ ଏ ମା’ର ସରାଗ ଟିକକ କହୁଛି, ଯାହା ହଉ ପୁଲିସ ଭଲ କଲା, ବୁଢୀ ମା’ର ସାହାରା ଟିକକ ଖୋଜି ଆଣିଲା।

Advertisment

ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ଵର ନୟାପଲ୍ଲୀ ଥାନା ପରିସରରେ, ଯାହା ଆପଣଙ୍କୁ ଭାବ ବିହ୍ବଳ କରିପକାଇବ। ୨୩ ବର୍ଷୀୟ ଆନନ୍ଦ ମହାକୁଡ଼ ସାମାନ୍ୟ ମାନସିକ ରୋଗଗ୍ରସ୍ତ ଥିଲେ। ଆଉ ଘରୁ କେଉଁଆଡେ ଚାଲି ଯାଇଥିଲେ। ପୁଅ ଚାଲିଯିବା ପରେ ୩ ମାସ ହେଲାଣି ତାଙ୍କ ମା’ ଆଧାର କାର୍ଡ ଓ ପୁଅର ଫଟୋ ଧରି ଭୁବନେଶ୍ବରର ଗଳିକନ୍ଦି ବୁଲୁଥିଲେ ଓ ଦୋକାନୀଙ୍କୁ ଦେଖାଉଥିଲେ।   

ଏ ନେଇ ଗଣମାଧ୍ୟମରେ ଖବର ବାଜିବା ପରେ ପୁଲିସ ଜଟଣୀର ଏକ ହୋଟେଲରୁ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ନୟାପଲ୍ଲୀ ଥାନାକୁ ଆଣିଥିଲା। ଆଉ ପୁଅକୁ ପାଇବା ପରେ ବୁଢୀ ମା’ଟି ଖୁସିରେ ଆତ୍ମହରା ହୋଇ ପଡ଼ିଥିଲା।   

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe