Advertisment

ଉଦ୍ଧାର ହେଲେ ଅପହୃତ ବାବା ତନ୍ମୟନନ୍ଦ ଦାଶ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ତିନି ଦିନ ପରେ ଉଦ୍ଧାର ହେଲେ ଅପହୃତ ବାବା ତନ୍ମୟନନ୍ଦ ଦାଶ। ସୋନପୁର ପୁଲିସ୍‌ ତାଙ୍କୁ ବରଗଡ଼ ଜିଲ୍ଲା ବରପାଲିରୁ ଉଦ୍ଧାର କରିଛି। ଏନେଇ ସୁବର୍ଣ୍ଣପୁର ଏସ୍‌ପି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନାଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସାହାଜବାହାଲସ୍ଥିତ ଗୋପାଳଜୀ ମଠର ମହନ୍ତ  ତନ୍ମୟନନ୍ଦ ଦାଶଙ୍କୁ  ଗତ ୧୮ ତାରିଖରେ ଅପହରଣ କରାଯାଇଥିବା ନେଇ ବିନିକା ଥାନାରେ ଏକ ମାମଲା ଦାୟର ହୋଇଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ‌ ଏକ ସ୍ୱତନ୍ତ୍ର […]

ଉଦ୍ଧାର ହେଲେ ଅପହୃତ ବାବା ତନ୍ମୟନନ୍ଦ ଦାଶ

sonpur

Advertisment

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ତିନି ଦିନ ପରେ ଉଦ୍ଧାର ହେଲେ ଅପହୃତ ବାବା ତନ୍ମୟନନ୍ଦ ଦାଶ। ସୋନପୁର ପୁଲିସ୍‌ ତାଙ୍କୁ ବରଗଡ଼ ଜିଲ୍ଲା ବରପାଲିରୁ ଉଦ୍ଧାର କରିଛି। ଏନେଇ ସୁବର୍ଣ୍ଣପୁର ଏସ୍‌ପି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ସୂଚନାଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ସାହାଜବାହାଲସ୍ଥିତ ଗୋପାଳଜୀ ମଠର ମହନ୍ତ  ତନ୍ମୟନନ୍ଦ ଦାଶଙ୍କୁ  ଗତ ୧୮ ତାରିଖରେ ଅପହରଣ କରାଯାଇଥିବା ନେଇ ବିନିକା ଥାନାରେ ଏକ ମାମଲା ଦାୟର ହୋଇଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ‌ ଏକ ସ୍ୱତନ୍ତ୍ର ସ୍କାଡ୍‌ ଗଠନ କରାଯାଇଥିଲା। ତେବେ ବରଗଡ଼ ଜିଲ୍ଲା ବରପାଲିରୁ ସୋନପୁର ପୁଲିସ୍ ଗତ ୨୦ ତାରିଖରେ ତାଙ୍କୁ‌ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ୍‌ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ସେମାନଙ୍କଠାରୁ ୨ଟି ବାଇକ୍‌ ଓ ୫ଟି ମୋବାଇଲ୍‌ ଓ କିଛି ଚୋରି ସାମଗ୍ରୀ ମଧ୍ୟ ଜବତ ହୋଇଛି। ପୁଲିସ୍‌ ଅଭିଯୁକ୍ତଙ୍କ ମୋବାଇଲ୍‌ ଟ୍ରାକିଂ କରି ବାବା ତନ୍ମୟନନ୍ଦ ଦାଶଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମଠ ସମ୍ପତ୍ତି ହାତେଇବାକୁ ଅଭିଯୁକ୍ତମାନେ ବାବାଙ୍କୁ ଅପହରଣ କରିଥିବା ସୁବର୍ଣ୍ଣପୁର ଏସ୍‌ପି ସୂଚନା ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe