Advertisment

ଏକାଥରେ ଜବତ ହେଲା ୧୦ ଗାଡ଼ି: ଭଡ଼ା ଦେବ କହି ବନ୍ଧା ପକାଉଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ସମୟରେ ପ୍ରସ୍ତୁତ କରିଥିଲା ଠକେଇର ବ୍ଲୁ ପ୍ରିଣ୍ଟ । ଟାର୍ଗେଟ ରହୁଥିଲେ କାର୍‌ ମାଲିକ । ସେଲଫ୍ ଡ୍ରାଇଭ୍ କରିବା ନାଁରେ ସେମାନଙ୍କ ସହିତ କୋର୍ଟ ଏଗ୍ରିମେଣ୍ଟ କରୁଥିଲା । ମାସକୁ ୨୫ ହଜାରୁ ୨୭ ହଜାର ଟଙ୍କା ଦେବ କହି ଗାଡି ନେଇଯାଉଥିଲା । ହେଲେ ମାତ୍ର ମାସ୍‌କର ଟଙ୍କା ଦେବା ପରେ ଆରମ୍ଭ କରୁଥିଲା ନିଜ ଗେମ୍‌ ପ୍ଲାନ୍‌ । ଗାଡ଼ିକୁ ବନ୍ଧା ପକାଇ  ଶାଗମାଛ ଦରରେ  ବିକ୍ରି କରି  […]

ଅଦ୍ୟତନ ହୋଇଛି
ଏକାଥରେ ଜବତ ହେଲା ୧୦ ଗାଡ଼ି: ଭଡ଼ା ଦେବ କହି ବନ୍ଧା ପକାଉଥିଲା

loot car

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍‌ ସମୟରେ ପ୍ରସ୍ତୁତ କରିଥିଲା ଠକେଇର ବ୍ଲୁ ପ୍ରିଣ୍ଟ । ଟାର୍ଗେଟ ରହୁଥିଲେ କାର୍‌ ମାଲିକ । ସେଲଫ୍ ଡ୍ରାଇଭ୍ କରିବା ନାଁରେ ସେମାନଙ୍କ ସହିତ କୋର୍ଟ ଏଗ୍ରିମେଣ୍ଟ କରୁଥିଲା । ମାସକୁ ୨୫ ହଜାରୁ ୨୭ ହଜାର ଟଙ୍କା ଦେବ କହି ଗାଡି ନେଇଯାଉଥିଲା । ହେଲେ ମାତ୍ର ମାସ୍‌କର ଟଙ୍କା ଦେବା ପରେ ଆରମ୍ଭ କରୁଥିଲା ନିଜ ଗେମ୍‌ ପ୍ଲାନ୍‌ । ଗାଡ଼ିକୁ ବନ୍ଧା ପକାଇ  ଶାଗମାଛ ଦରରେ  ବିକ୍ରି କରି  ଟଙ୍କା ହଡପ କରୁଥିଲା ।

Advertisment

ଏପରି ଏକ ସାଂଘାତିକ ଘଟଣାର ମୁଖ୍ୟ ଅଭିଯୁକ୍ତ ମାନସ ରଂଞ୍ଜନ ବିଶ୍ୱାଳଙ୍କୁ ବହୁ ଖୋଳତାଡ଼ ପରେ ଗିରଫ କରି ନୟାପଲ୍ଲି ପୁଲିସ୍‌ ।  ଅଭିଯୁକ୍ତର ଘର ବାଲେଶ୍ୱରର ସିମୁଳିଆ ଅଞ୍ଚଳରେ ହୋଇଥିବା ବେଳେ ରାଜଧାନୀର ଏକ ବସ୍ତିରେ ରହୁଥିଲା  । ତାଙ୍କ ନିକଟରୁ ପ୍ରାୟ ଦେଢ କୋଟି ଟଙ୍କାର ୧୦ଟି କାର୍‌କୁ ନୟାପଲ୍ଲୀ ପୁଲିସ ଜବତ କରିଛି  ।

ଅଭିଯୁକ୍ତ ମାନସ ଠକେଇର ଅଭିନବ ଫଣ୍ଡା ପ୍ରଯୋଗ କରି ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲା  । EMI କିସ୍ତିରୁ ବର୍ତ୍ତିବା ଲାଗି ମହାଠକ ମାନସ ଜାଲରେ ଛନ୍ଦି ହୋଇପଡିଥିଲେ ଜଣେ ପରେ ଜଣେ ଗାଡି ମାଲିକ । ଗାଡି ମାଲିକଙ୍କ ଗାଡିକୁ ସେଲଫ୍ ଡ୍ରାଇଭ୍ କରିବା ନାଁରେ ସେମାନଙ୍କ ସହିତ କୋର୍ଟ ଏଗ୍ରିମେଣ୍ଟ କରୁଥିଲା । ମାସକୁ ୨୫ ହଜାରୁ ୨୭ ହଜାର ଟଙ୍କା ଦେବ କହି ସେମାନଙ୍କ ନିକଟରୁ ଗାଡି  ନେଇ ଯାଉଥିଲା  । ହାତ ଗଣତି କେତେ ଜଣ ମାଲିକଙ୍କୁ ଗୋଟିଏ ମାସର ଟଙ୍କା ଦେଲା, ଆଉ ତା’ପରେ ଲାଗୁ କରୁଥିଲା ନିଜ  ଲୁଟ ଫର୍ମୂଲା ।  ଏହାପରେ ଗାଡିକୁ ବାହାର ଜିଲ୍ଲାର ଲୋକଙ୍କ ପାଖରେ ବନ୍ଧା ପକାଇ  ଶାଗମାଛ ଦରରେ ଗାଡି ବିକ୍ରି କରି ଦେଇ ଟଙ୍କା ହଡପ କରୁଥିଲା ଅଭିଯୁକ୍ତ ।

Advertisment

ହେଲେ ଏହି କଳାକାରନାମା ବେଶି ଦିନ ତିଷ୍ଠି ରହିପାରିଲାନି । ପୁଲିସ୍‌ କବଜାରେ ଧରାପଡିଛି ଅଭିଯୁକ୍ତ ମାନସ ରଞ୍ଜନ ବିଶ୍ୱାଳ ।  ତା’ଠାରୁ ଦେଢକୋଟି  ଟଙ୍କାର  ୧୦ଟି କାର  ନୟାପଲ୍ଲୀ ପୁଲିସ ଜବତ କରିଛି  ।   ରାଜଧାନୀର ଏକ ବସ୍ତିରେ ରହୁଥିବା ମାନସ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଏକ ଆପାର୍ଟମେଣ୍ଟରେ ରହୁଥିବାର ଭ୍ରମ ସୃଷ୍ଟି କରାଇ ଲୋକଙ୍କୁ ଠକି ଚାଲିଥିଲା । ନୟାପଲ୍ଲୀସ୍ଥିତ ଅଫିସରୁ ମାନସ ଚଳାଇଥିବା ତାର ନେଟଓ୍ୱର୍କ ଚଳାଉଥିଲା।  ଠକେଇ ମାମଲାରେ ଆଉ କିଛି ତାର ସହଯୋଗୀ ଥିବା ସନ୍ଦେହ କରାଯାଉଛି । ତେଣୁ ତାକୁ ରିମାଣ୍ଡରେ ନେଇଛି ପୁଲିସ୍‌ ।

[caption id="attachment_667865" align="aligncenter" width="650"] seized car ପୁଲିସ୍‌ ଜବତ କରିଥିବା ୧୦ କାର୍‌।[/caption]

ଗାଡ଼ି ନେଇ କୁଆଡ଼େ ଯାଇପାରିବ ନାହିଁ ଭାବି ଗାଡ଼ି ଦେଇଥିଲୁ। ମାତ୍ର ସତରେ ସେ ଆମକୁ ଚୁନ ଳଗାଇ ଗାଡ଼ି ନେଇ  ବନ୍ଧା ପକାଇ ଟଙ୍କା ଆଣୁଥିଲା । ବହୁ କଷ୍ଟରେ ତାକୁ ଧରି ପୁଲିସ୍‌ ଜିମା ଦେଇଛୁ ବୋଲି ଜଣେ ଗାଡ଼ି ମାଲିକ କହିଛନ୍ତି।

ମୁଖ୍ୟତଃ ଗାଡି ମାଲିକଙ୍କ ବିନା ଅନୁମତିରେ ଗାଡି ବିକ୍ରି ହୋଇଯାଉଥିଲା ହେଲେ  କେହି ଟେର ପାଉନଥିଲେ । ଏପରିକି ଏସବୁ ଗାଡିକୁ କମ୍‌ ଟଙ୍କାରେ କିଣୁଥିବା ଲୋକ ମଧ୍ୟ  କିଣିଲା ବେଳେ ଗାଡି ମାଲିକ କିମ୍ବା କାଗଜ ପତ୍ର ଦେଖୁନଥିଲେ  ।

ଅଭିଯୁକ୍ତଜଣକ ମୁଖ୍ୟତଃ ଗାଡ଼ି ମାଲିକଙ୍କୁ ଟଙ୍କା ଦେବାର ଲୋଭ ଦେଖାଇ ଗାଡ଼ି ନେଇ ପଳାଉଥିଲା। ଏହାପରେ ଗଞ୍ଜାମ, ବ୍ରହ୍ମପୁର ଅଞ୍ଚଳରେ ଗାଡ଼ି ବନ୍ଧା ପକାଇ ଟଙ୍କା ନେଉଥିଲା। ଏପରି ୧୦ଟି ଗାଡ଼ି ତା’ ନିକଟରୁ ଜବତ ହେବା ସହ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି  ଭୁବନେଶ୍ୱର ଡିଏସ୍‌ପି ଉମାଶଙ୍କାର ଦାସ ।   ଅଭିଯୁକ୍ତ ମାନସର ଠକେଇ ଜାଲ କେତେ ବାଟ ଲମ୍ବିଛି, ବଢୁଛି କି ତାର ଠକେଇ ମାମଲାର ତାଲିକା ଆଗକୁ ହିଁ ସ୍ପଷ୍ଟ ହେବ ।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe